32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶବାଂଲାଦେଶ କାଳୀ ମନ୍ଦିରରୁ ସୁନା ମୁକୁଟ ଚୋରି; ଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି

ବାଂଲାଦେଶ କାଳୀ ମନ୍ଦିରରୁ ସୁନା ମୁକୁଟ ଚୋରି; ଦାନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି

ଢ଼ାକା: ୨୦୨୧ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାଂଲାଦେଶ ଗସ୍ତ ସମୟରେ ଏଠାରେ ଥିବା ପ୍ରଖ୍ୟାତ କାଳୀ ମନ୍ଦିର ଯିଶୋରେଶ୍ୱରୀ କାଳୀ ମନ୍ଦିରକୁ ଏକ ସ୍ୱର୍ଣ୍ଣଖଚିତ ମୁକୁଟ ଦାନ କରିଥିଲେ। ମା’ କାଳୀଙ୍କୁ ଭେଟି ଦେବା ଉଦ୍ଦେଶ୍ୟରେ ମୋଦୀ ଏହାକୁ ଅର୍ପଣ କରିଥିଲେ। ତେବେ ଏହି ସୁନା ମୁକୁଟକୁ କେହି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ତେବେ କାଳୀ ମନ୍ଦିରରୁ ଏପ୍ରକାର ଚୋରି ଘଟଣା ପ୍ରସାରିତ ହେବା ପରେ ଭାରତ ସରକାର ତଦନ୍ତ ପାଇଁ ବାଂଲାଦେଶ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସୂଚନା ଅନୁସାରେ, ଯିଶୋରେଶ୍ୱରୀ କାଳୀ ମନ୍ଦିର ବାଂଲାଦେଶର ସତଖିରାରେ ଅବସ୍ଥିତ। ତେବେ ଗତକାଲି ଅପରାହ୍ନରେ ପୂଜକ ପୂଜା ସାରି ମନ୍ଦିରରୁ ଯିବା ପରେ ଏହି ମୁକୁଟ ଚୋରି ହୋଇଯାଇଥିବା ନେଇ ବାଂଲାଦେଶୀ ଗଣମାଧ୍ୟମ ଦି ଡେଲି ଷ୍ଟାରରେ ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ, ମାଙ୍କ ମୁକୁଟ ଚୋରି ହୋଇଥିବା ଦେଖି ସଫେଇ କର୍ମଚାରୀ ପୁଲିସକୁ ଜଣାଇଥିଲେ। ଏହା ପରେ ମନ୍ଦିର ପୁରୋହିତ ଚୋରି ହୋଇଥିବା ନେଇ ସ୍ପଷ୍ଟ କରିଥିଲେ। ପ୍ରକାଶ, ହିନ୍ଦୁ ପୁରାଣରେ, ଯିଶୋରେଶ୍ୱରୀ ମନ୍ଦିର ଭାରତ ତଥା ପଡୋଶୀ ଦେଶରେ ପରିବ୍ୟାପ୍ତ ୫୧ଟି ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ ଭାବେ ବିବେଚନା କରାଯାଏ। ମା’ଙ୍କ ମୁକୁଟ ଭକ୍ତମାନଙ୍କ ପାଇଁ ସାଂସ୍କୃତିକ ଏବଂ ଧାର୍ମିକ ମହତ୍ତ୍ୱ ବହନ କରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking