ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜାଲୌନ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଘଟିଛି। ଜଣେ ମହିଳା ମନ୍ଦିର ଯାଉଥିବା ବେଳେ ୩ ଜଣ ଯୁବକ ତାଙ୍କ ପଛପଟରୁ ଆସି ତାଙ୍କୁ ଆକ୍ରମଣ କରି ବେକରୁ ସୁନାଚେନ ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ମହିଳା ଜଣଙ୍କ ଭୟୀତ ହୋଇଯାଇଛନ୍ତି । ଭାଇରାଲ ପରେ ଅପରାଧୀଙ୍କୁ ଧରିବା ପାଇଁ ଦାବି କରାଯାଇଛି। ଏହି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି।ମହିଳା ଜଣଙ୍କ ତିନି ଜଣଙ୍କ ବିରୁଦ୍ଧରେ ପୋଲିସକୁ ଅଭିଯୋଗ କରିଛନ୍ତି କି ନାହିଁ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।










