31.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶପୁଣି ବଢିଲା ସୁନା,ରୁପା ଦର

ପୁଣି ବଢିଲା ସୁନା,ରୁପା ଦର

ନୂଆଦିଲ୍ଲୀ: ସୁନା ଦର ହ୍ରାସରେ ବ୍ରେକ । ପୁଣି ବଢିଲା ସୁନା, ରୂପା ଦର । ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ବଢିଛି ୩ ହଜାର ୭୬୦ ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୩ ହଜାର ୪୫୦ ଟଙ୍କା ମହଙ୍ଗା ହୋଇଛି । ଏବେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ରହିଛି ୧ ଲକ୍ଷ ୩୪ ହଜାର ୪୫୦ ଟଙ୍କା । ସକେହିଭଳି ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ଦର ୧ ଲକ୍ଷ ୪୬ ହଜାର ୬୭୦ ଟଙ୍କାକୁ ବୃଦ୍ଧି ପାଇଛି । ଅନ୍ୟପଟେ ରୂପା କେଜି ପିଛା ୧୦ ହଜାର ଟଙ୍କା ବଢି ୨ ଲକ୍ଷ ୬୦ ହଜାର ଟଙ୍କାରେ ପହଞ୍ଚିଛି । ମାର୍ଚ୍ଚ ୧୮ ତାରିଖରୁ ଲଗାତାର ଭାବେ ସୁନା ଏବଂ ରୂପା ଦରରେ ହ୍ରାସ ଦେଖିବା ପାଇଁ ମିଳୁଥିଲା । ଏବେ ପୁଣି ଦର ବଢିବାକୁ ନେଇ ଚିନ୍ତାରେ ବଢିଛନ୍ତି ଗ୍ରାହକ । ଗତ ଦୁଇ ଦିନ ଧରି ସୁନା,ରୁପା ଦର ହ୍ରାସ ପାଇଥିଲା । ମଧ୍ୟପ୍ରାଚ୍ୟ ଯୁଦ୍ଧ ଭିତରେ ନିବେଶକମାନେ ଡଲାର ଅଧିକ ମୂଲ୍ୟ ଥିବାରୁ ନିବେଶ କରୁଥିଲେ । ତେଣୁ ସୁନା ରୁପା ଦର ହ୍ରାସ ପାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking