28.1 C
Bhubaneswar
Thursday, September 19, 2024
Homeଅପରାଧ୧୪ ବର୍ଷର ପ୍ରେମିକା ୬ ମାସର ଗର୍ଭବତୀ

୧୪ ବର୍ଷର ପ୍ରେମିକା ୬ ମାସର ଗର୍ଭବତୀ

ସୁନ୍ଦରଗଡ଼ : ନାବାଳିକା ଗର୍ଭବତୀ ପ୍ରେମିକାର ହାତଗୋଡ଼ ବାନ୍ଧି ଜଙ୍ଗଲରେ ଫିଙ୍ଗି ଦେଲା ପ୍ରେମିକ! ଏପରି ହୃଦୟବିଦାରକ ଘଟଣା ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାରେ ଘଟିଛି । ଦୁଇ ଦିନ ପରେ ଘଞ୍ଚ ଜଙ୍ଗଲ ଭିତରୁ ମୁର୍ମୂଷୁ ଅବସ୍ଥାରେ ନାବାଳିକାଙ୍କୁ ଗାଁ ଲୋକେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି । ବଣାଇ ଥାନା ଅଞ୍ଚଳର ୧୪ ବର୍ଷୀୟା ରେଶ୍ମା(ଛଦ୍ମନାମ) କେବେଠାରୁ ବାପା-ମାଆଙ୍କୁ ହରାଇଥିଲେ । ତେଣୁ ଭାଇଙ୍କ ପାଖରେ ନୂଆ କରି ଜୀବନ ଗଢ଼ୁଥିଲେ । ହେଲେ ସେ କେତେବେଳେ ଗ୍ରାମ ସାଥୀ ଶିବା(ଛଦ୍ମନାମ)ଙ୍କ ପ୍ରେମରେ ପଡ଼ିଗଲେ, ସେ ସମ୍ପର୍କରେ ଜାଣିପାରିଲେ ନାହିଁ ।

ଆଉ ଏହାର ସୁଯୋଗ ନେଇ ଶିବା ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ଭାଇଙ୍କ ଅନୁପସ୍ଥିତ ନିୟମିତ ତାଙ୍କ ଘରକୁ ଆସୁଥିବା ଅଭିଯୋଗ ହୋଇଥିଲା । ଯେଉଁଥିପାଇଁ ରେଶ୍ମା ଗର୍ଭବତୀ ହୋଇଯାଇଥିଲେ । ଏକଥା ଶିବା ଜାଣିବା ପରେ ତାଙ୍କ ଅକଲ୍ ଗୁଡୁମ୍ ହୋଇଯାଇଥିଲା । ତେଣୁ ରେଶ୍ମାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା! ଗତ ୭ ତାରିଖ ସନ୍ଧ୍ୟାରେ ଘରେ ରେଶ୍ମା ଏକାକୀ ଥିଲେ । ଠିକ୍ ସେହି ସମୟରେ ଶିବା ତାଙ୍କ ଘରେ ପହଞ୍ଚିଥିଲେ । ଆଉ ବାହାନା କରି ଘରୁ ଡାକି ନେଇଥିଲେ । ହେଲେ ରେଶ୍ମା ଜାଣିନଥିଲେ ଶିବାଙ୍କ ମନ ଭିତରର ମାୟା । କାଳ ରାତି ମାଡ଼ିଆସୁଥିଲେ ସୁଦ୍ଧା ତାଙ୍କ ସହିତ ଚାଲି ଯାଇଥିଲେ । ଗାଁଠାରୁ ପ୍ରାୟ ତିନି କିଲୋମିଟର ବାସୁଡ଼ିହି ଗ୍ରାମ୍ୟ ଜଙ୍ଗଲକୁ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ଶିବାଙ୍କ ରାକ୍ଷସ ରୂପ ଦେଖିବାକୁ ପାଇଥିଲେ ରେଶ୍ମା ।

ତାଙ୍କ ହାତ ଓ ଗୋଡ଼ ବାନ୍ଧି ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ମାଡ଼ ଯୋଗୁ ଚେତାହରାଇଥିଲେ ରେଶ୍ମା । ମରିଯାଇଥିବା ଭାବି ତାଙ୍କୁ ସେହି ଜଙ୍ଗଲରେ ଫିଙ୍ଗି ପଳାଇ ଆସିଥିଲେ । ରାତି ତମାମ ଜଙ୍ଗଲରେ ଚେତା ହରାଇ ପଡ଼ିଥିଲେ ରେଶ୍ମା । ରାତି ପାହି ପୁଣି ଦିନ ବୁଡ଼ିବାକୁ ବସିଲାଣି । ଘଞ୍ଚ ଜଙ୍ଗଲରେ ସେମିତି ମୁର୍ମୂଷୁ ଅବସ୍ଥାରେ ପଡ଼ିଥିଲେ ରେଶ୍ମା । ୮ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ କିଛି ଲୋକ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଆସିଥିଲେ । ସେହି ସମୟରେ ହାତ ଓ ଗୋଡ଼ ବନ୍ଧା ମୁର୍ମୂଷୁ ଅବସ୍ଥାରେ ପଡ଼ିଥିବା ନାବାଳିକାକୁ ଦେଖି ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କୁ ଖବର ଦେଇଥିଲେ । ତା’ପରେ ଗାଁ ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ବଣାଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଏଥିସହ ପୁଲିସ୍‌କୁ ଖବର ଦେଇଥିଲେ । ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ରାଉରକେଲା ଜେପି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking