କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।ପୂର୍ବାହ୍ନ ସମୟରେ ସ୍ଥାନୀୟ କଲେଜରୁ ପାଠ ପଢି ଦୁଇ ଯୁବତୀ ଫେରୁଥିବା ବେଳେ ଜଣଙ୍କୁ ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟରୁ କାର ଯୋଗେ ଅପହରଣ କରି ନେଇଯାଇଛନ୍ତି। ଦୁଇ ଯୁବତୀ ଦୁଇଟି ସାଇକେଲ ଯୋଗେ ଘରକୁ ଫେରୁଥବା ବେଳେ ଅପହରଣକାରୀ ସେମାନଙ୍କୁ ବନ୍ଧ ଗଡା ନିକଟରେ ଅଟକାଇ ଥିଲେ ପରେ ଜଣଙ୍କୁ କାରରେ ବସାଇ ଫେରାର ହୋଇ ଯାଇଥିଲେ । ଯୁବତୀ ଜଣଙ୍କ ଯୁକ୍ତ ଦୁଇ କଳା ଶେଷ ବର୍ଷରେ ପଢ଼ନ୍ତି ବୋଲି ଜଣାପଡ଼ିଛି। ଏବାବଦରେ ପାଟକୁରା ଥାନା ଭାରପ୍ରାପ୍ତ ଅଧିକାରୀ ମହମଦ ଜାମ୍ସେଦଙ୍କୁ ଯୋଗାଯୋଗ କରାଯାଇଥିଲା। ମାତ୍ର କୌଣସି ଆଭିଯୋଗ ଦାଖଲ ହୋଇ ନ ଥିବା ସେ କହିଥିଲେ ।










