18.1 C
Bhubaneswar
Monday, January 12, 2026
Homeଓଡିଶାଘାସିରାମ ମାଝୀ ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ

ଘାସିରାମ ମାଝୀ ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ

ନୂଆପଡ଼ା : ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଘାସିରାମ ମାଝୀ ହେଲେ ନୂଆପଡ଼ା କଂଗ୍ରେସ ପ୍ରାର୍ଥୀ। ଏଆଇସିସି ପକ୍ଷରୁ ଘାସିରାମଙ୍କ ନାମ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ନଭେମ୍ୱର ୧୧ରେ ନୂଆପଡ଼ା ଉପନିର୍ବାଚନ । ସେହିପରି ନଭେମ୍ୱର ୧୪ ତାରିଖରେ ହେବ ଭୋଟ୍ ଗଣତି । ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ ନୂଆପଡ଼ା ସିଟ୍ ଖାଲି ପଡ଼ିଛି। ତେବେ ଏହି ଆସନରେ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛି ତାହା ଉପରେ ନଜର ଥିଲା। କଂଗ୍ରେସ ପ୍ରଥମେ ତା’ର ପ୍ରାର୍ଥୀ ଘୋଷଣା କରିଛି। ରାଜେନ୍ଦ୍ର ଢୋଲକିଆଙ୍କ ପୁଅଙ୍କୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ଜୋର ଧରିଛି । ବିଜେପି ସରକାରକୁ ଆସିବା ପରେ ଏହା ପ୍ରଥମ ଉପନିର୍ବାଚନ । ତେବେ ବିଜେଡି ଓ ବିଜେପି ପକ୍ଷରୁ ଏଯାଏ ପ୍ରାର୍ଥୀ ଘୋଷଣା କରାଯାଇନାହିଁ ।

ନୂଆପଡ଼ା ଆସନ ବିଜେଡି ଖାତାରେ ଥିବାରୁ ଏହାକୁ ବଜାୟ ରଖିବା ଦଳ ପାଇଁ ଏସିଡ ଟେଷ୍ଟ ଠାରୁ କମ ନୁହେଁ । ଦଳ କ୍ଷମତା ବାହାରେ ଥାଇ ପ୍ରଥମ ଉପ-ନିର୍ବାଚନ ଲଢୁଛି । ହେଲେ ବିଜୟ ନେଇ ଦମ୍ଭୋକ୍ତି ବାଢ଼ିଛି ବିଜେଡି । ଅନ୍ୟପଟେ ବିଜେପି କହିଛି, ଫଳାଫଳ କ’ଣ ହେବ ଲୋକ ନିର୍ଣ୍ଣୟ କରିବେ । ଭିନ୍ନ ରଣନୀତି ନେଇ ଆଗକୁ ବଢୁଥିବା କଂଗ୍ରେସ ନୂଆପଡ଼ା ଉପନିର୍ବାଚନରେ ବିଜୟୀ ପାଇଁ ଆଶାବାଦୀ ରହିଛି । ନୂଆପଡ଼ା ବିଜୟ ପାଇଁ ୩ ଦଳ ଅଣ୍ଟା ଭିଡ଼ିଛନ୍ତି , ୩ ଦଳର ନିଜସ୍ୱ ଭୋଟବ୍ୟାଙ୍କ ରହିଛି । ତେଣୁ ନୂଆପଡ଼ା ବାଜି କିଏ ଜିତିବ ? ତାହା ଏବେ ଠୁ କହିବା ମୁସ୍କିଲ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking