ନୂଆପଡା: ନୂଆପଡା ଉପନିର୍ବାଚନ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ । ୧ ସେଟ ନାମାଙ୍କନ ଦାଖଲ କଲେ ଘାସିରାମ ମାଝୀ । ପିସିସି ସଭାପତିଙ୍କ ଉପସ୍ଥିତିରେ ନାମାଙ୍କନ ଦାଖଲ କଲେ ଘାଷିରାମ ମାଝୀ । ଅନ୍ୟପଟେ ଜୟ ଢୋଲକିଆଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରାଯାଇଛି । ବିଧିବଦ୍ଧ ଭାବେ ଘୋଷଣା କଲା ବିଜେପି ା ଆସନ୍ତା କାଲି ନାମାଙ୍କନ ଭରିବେ ଜୟ ଢୋଲକିଆ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିବେ ଜୟ ଢୋଲକିଆ । କଂଗ୍ରେସ, ବିଜେପି ନୂଆପଡା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ । ତେବେ କାହାକୁ କରିବ ବିଜେଡି ପ୍ରାର୍ଥୀ ତାହା ଉପରେ ସମସ୍ତଙ୍କ ନଜର ରହିଛି । ନୂଆପଡାରେ କେଉଁ ଦଳ ବାଜିମାତ ମାରିବ ତାହାକୁ ମଧ୍ୟ ଅପେକ୍ଷା କରିଛନ୍ତି ଜନତା ।










