19.1 C
Bhubaneswar
Wednesday, December 24, 2025
Homeଓଡିଶାଅବକାରୀ ଚଢ଼ାଉ; ୩୦୮୦ ଲିଟର ପୋଚ, ଦେଶୀ ମଦ ଜବତ

ଅବକାରୀ ଚଢ଼ାଉ; ୩୦୮୦ ଲିଟର ପୋଚ, ଦେଶୀ ମଦ ଜବତ

କଟକ: ଆଠଗଡ଼ ଅବକାରୀ ରେଞ୍ଜ, ବାଙ୍କି ଅବକାରୀ ଷ୍ଟେସନର କର୍ମଚାରୀମାନେ ମିଳିତ ଭାବେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡ଼ା ଜଙ୍ଗଲରେ ଚଢ଼ାଉ କରି ବିପୁଳ ଦେଶୀମଦ ବୁଧବାର ଜବତ କରିଛନ୍ତି। ଜଙ୍ଗଲ ମଧ୍ୟରେ ଥିବା ଏକ ପୋଖରୀରୁ ୩୦୮୦ ଲିଟର ପୋଚ ଓ ଦେଶୀମଦ ଜବତ ହୋଇଛି। ଜବତ ସାମଗ୍ରୀଗୁଡ଼ିକର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଆଠଗଡ଼ ଓ ବାଙ୍କୀ ଅବକାରୀ ପୋଲିସ କର୍ମଚାରୀମାନେ ବେଆଇନ ମଦ କାରବାର ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଭିରୁଡ଼ା ଅଞ୍ଚଳରେ ବଡ଼ ଧରଣର ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ୨,୮୦୦ ଲିଟର ଗୁଡ଼ ପୋଚ ଓ ୨୮୦ ଲିଟର ଦେଶୀ ମଦ ଜବତ ହୋଇଛି। ପ୍ଲାଷ୍ଟିକ ଜାରରେ ଏହାକୁ ଭର୍ତ୍ତି କରି ପୋଖରେ କୂଳରେ ଲୁଚାଇ ରଖାଯାଇଥିଲା। ଏହି ଅବକାରୀ ଚଢ଼ଉ ସମୟରେ ମଦ ମାଫିଆମାନେ ସେଠାରୁ ଫେରାର ହୋଇଯାଇଥିଲେ। ଜିଲା ଅବକାରୀ ଏସପି କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଡିଏସପି ନିମାଇଁ ଚରଣ ସିଂହ, ଅବକାରୀ ଇନସ୍‌ପେକ୍ଟର ହେମନ୍ତ କୁମାର ମହାନନ୍ଦିଆ, ଓଆଇସି ଅରୁଣ ଭୋଇ, ସୌମ୍ୟ ରଞ୍ଜନ ମାଝି, ଏଏସ୍‌ଆଇ ସନାତନ ବେହେରା ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking