28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶଲେବାନନ୍‌ରେ ନରସଂହାର; ପେଜର୍ ପରେ ୱାକିଟକି ବ୍ଲାଷ୍ଟ୍‌, ୨୦ମୃତ

ଲେବାନନ୍‌ରେ ନରସଂହାର; ପେଜର୍ ପରେ ୱାକିଟକି ବ୍ଲାଷ୍ଟ୍‌, ୨୦ମୃତ

ଲେବାନନ: ଲେବାନନ୍‌ରେ ଆତଙ୍କ । ପେଜ ବିସ୍ଫୋରଣରୁ ୨୪ଘଣ୍ଟା ନପୂରୁଣୁ ଏବେ ୱାକିଟକି ବିସ୍ଫୋରଣ ହୋଇଛି । ଗତକାଲି ପେଜର ବିସ୍ଫୋରଣରେ ୧୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ୱାକିଟକି ବିସ୍ଫୋରଣରେ ୨୦ଜଣ ଆଖିବୁଜିଛନ୍ତି । ତେବେ ଲେବାନନରେ ଥିବା ହିଜବୁଲ୍ଲାର ପ୍ରମୁଖ ବ୍ୟକ୍ତିଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି । ଏହି ବିସ୍ଫୋରଣ ପାଇଁ ଇସ୍ରାଏଲକୁ ଦାୟୀ କରିଛି ହିଜବୁଲ୍ଲା । ଲେବାନନର ରାଜଧାନୀ ବେରୁଟର ଦକ୍ଷିଣ ଉପକଣ୍ଠରେ ଏବଂ ହିଜବୁଲ୍ଲାର ଦୁର୍ଗ ଭାବରେ ପରିଗଣିତ ହୋଇଥିବା ବେକା ଉପତ୍ୟକାରେ ୱାକି-ଟକି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏଥିରେ ୨୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ତେବେ ପେଜର୍ ବ୍ଲାଷ୍ଟରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଯାଇଥିବା ବେଳେ ଏହି ବିସ୍ଫୋରଣ ହୋଇଛି । ବେରୁଟର ଅନେକ ଘରେ ମଧ୍ୟ ବିସ୍ଫୋରଣ ହୋଇଛି । ଏହି ଆକ୍ରମଣରେ ହିଜବୁଲ୍ଲାର କମାଣ୍ଡ ଏବଂ କଣ୍ଟ୍ରୋଲ ସିଷ୍ଟମ ନଷ୍ଟ ହୋଇଯାଇଛି । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ଦେଖାଯାଉଛି ଯେ ୱାକିଟକି ଉପକରଣ ବିସ୍ଫୋରଣ ହେବା ପରେ ହିଜବୁଲ୍ଲାର ଅନେକ ସୈନ୍ୟ ତଳେ ପଡ଼ିଯାଇଛନ୍ତି । ତେବେ ଲଗାତାର ବିସ୍ଫୋରଣ ପରେ ସେଠାରେ ଭୟର ବାତାବରଣ ଖେଳିଯାଇଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲ ହିଜବୁଲ୍ଲା ବିରୁଦ୍ଧରେ ମୋସାଦ ଗୁପ୍ତଚର ଅପରେସନ୍ ପାଇଁ ଇସ୍ରାଏଲ ଏହି ପେଜରରେ ବିସ୍ଫୋରକ ସାମଗ୍ରୀ ଲଗାଇଥିଲା । ରିପୋର୍ଟରେ କୁହାଯାଇଛି ଯେ କିଛି ଦିନ ପୂର୍ବରୁ ହିଜବୁଲ୍ଲା ଗୋଲ୍ଡ ଆପୋଲୋ ନାମକ ଏକ ତାଇୱାନ କମ୍ପାନୀକୁ ପ୍ରାୟ ତିନି ହଜାର ପେଜର୍ ଓ ୱାକିଟକି ତିଆରି ପାଇଁ ଅର୍ଡର ଦେଇଥିଲା । କମ୍ପାନୀ ଚଳିତ ବର୍ଷ ଏପ୍ରିଲରୁ ମେ ମଧ୍ୟରେ ତାଇୱାନରୁ ଲେବାନନକୁ ଏହି ପେଜର୍ ଓ ୱାକିଟକି ପଠାଇଥିଲା ।

କିନ୍ତୁ ଲେବାନନରେ ପହଞ୍ଚିବା ପୂର୍ବରୁ ଏଥିରେ ଟ୍ୟାମ୍ପରିଂ ଏବଂ ସେଥିରେ ବିସ୍ଫୋରକ ସାମଗ୍ରୀ ଲଗାଯାଇଥିବା କୁହାଯାଉଛି । ସବୁ ସାମଗ୍ରୀ ଏପ୍ରିଲ୍ ରୁ ମେ ମଧ୍ୟରେ ଡେଲିଭର ହେବାର ଥିଲା । ମାତ୍ର ଏହି ସମୟରେ ଇସ୍ରାଏଲ୍ ଏବଂ ହିଜବୁଲ୍ଲାହ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଯାଇଥିଲା । ତେଣୁ ଇସ୍ରାଏଲ୍ ଏହି କାଣ୍ଡ କରିଥିବା ସନ୍ଦେହ କରାଯାଉଛି । ତେବେ ହିଜବୁଲ୍ଲାର ଯୋଗାଯୋଗ ବ୍ୟବସ୍ଥା ଉପରେ ଏହା ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି । ଗତ କିଛି ସପ୍ତାହ ମଧ୍ୟରେ ଇସ୍ରାଏଲ ଏବଂ ହିଜବୁଲ୍ଲା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି । ତେବେ ଇସ୍ରାଇଲ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ହିଜବୁଲ୍ଲା ସୈନିକଙ୍କୁ ଏବେ ପେଜର ବ୍ୟବହାର କରିବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking