29.1 C
Bhubaneswar
Sunday, March 16, 2025
Homeଓଡିଶାଇସ୍କନ୍ ମନ୍ଦିରରେ ଗୌର ପୂର୍ଣ୍ଣିମା ପାଳିତ

ଇସ୍କନ୍ ମନ୍ଦିରରେ ଗୌର ପୂର୍ଣ୍ଣିମା ପାଳିତ

ଯାଜପୁର: ଯାଜପୁରର ଲାଖବିନ୍ଧା ସ୍ଥିତ ଇସ୍କନ ମନ୍ଦିରରେ ଅନ୍ତଃରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ପକ୍ଷରୁ ପ୍ରେମ ପୁରୁଷୋତ୍ତମ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ପବିତ୍ର ଜନ୍ମୋତ୍ସବ ଗୌର ପୁର୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ରୀତିନୀତି ସହ ମଙ୍ଗଳ ଆଳତୀ, ଦର୍ଶନ, ନାମ ସଂକୀର୍ତନ ପୂଜାର୍ଚ୍ଚନା ଆରମ୍ଭ କରାଯାଇଥିଲା । ଏହି ଉତ୍ସବରେ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ମହାପ୍ରଭୁ ଙ୍କୁ ପ୍ରାର୍ଥନା କରିବା ସହ ନୈବିଦ୍ୟ ଅର୍ପଣ କରିଥିଲେ । ଅପରାହ୍ନରେ ଶ୍ରୀ ଚୈତନ୍ୟ ଙ୍କ ଗୁଣ କୀର୍ତନ ଓ ସନ୍ଧ୍ୟାରେ ସନ୍ଧ୍ୟା ଆଳତୀ ଓ ମହାଭିଷେକ କରାଯିବା ସହିତ ପ୍ରବଚନ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସ୍ୱାମୀଜୀ ହରିବଲ୍ଲଭ ଦାସ ଓ ତାଙ୍କର ସହ କର୍ମୀ ମାନେ ପରିଚାଳନା କରିଥିଲେ । ଏଥିସହ ସମସ୍ତ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking