ନାଇଜେରିଆ: ନାଇଜେରିଆରେ ଗ୍ୟାସୋଲିନ ଏକ ଟ୍ୟାଙ୍କର ବିସ୍ଫୋରଣ ହେବା ଯୋଗୁଁ ଅନେକ ଲୋକଙ୍କ ଜୀବନ ଚାଲିଯାଇଛି । କର୍ମଚାରୀ ଦୀର୍ଘ ସମୟ ପରିଶ୍ରମ କରିବା ପରେ ନିଆଁକୁ ଆୟତ୍ତ କରିଥିଲେ । ତେବେ ଟ୍ୟାଙ୍କରରେ ହଠାତ୍ ବିସ୍ଫୋରଣ ପରେ ଭୟଙ୍କର ନିଆଁ ଲାଗିଥିଲା । ନିଆଁ ଯୋଗୁଁ ଆକାଶରେ କଳା ଧୂଆଁ ବ୍ୟାପିଯାଇଥିଲା । ବିସ୍ଫୋରଣ ନାଇଜେରିଆର ଉତ୍ତର ମଧ୍ୟ ଭାଗରେ ଏକ ଗ୍ୟାସୋଲିନ ଟ୍ୟାଙ୍କରରେ ହୋଇଥିଲା । ବିସ୍ଫୋରଣରେ ଅତିକମରେ ୭୦ ଜଣଙ୍କର ମୃତ୍ୟୁ ହୋଇଛି । ଦେଶ ପାଇଁ ଆପତ୍ତକାଳୀନ ଏଜେନ୍ସୀ ସୂଚନା ଦେଇଛି । ବିସ୍ଫୋରଣ ନାଇଜରର ସୁଲେଜା ଅଞ୍ଚଳ ନିକଟରେ ହୋଇଛି । କିଛି ଲୋକ ଜେନେରେଟର ବ୍ୟବହାର କରି ଗୋଟିଏ ଟ୍ୟାଙ୍କରରୁ ଅନ୍ୟ ଏକ ଟ୍ରକକୁ ଗ୍ୟାସୋଲିନ ସ୍ଥାନାନ୍ତରିତ କରୁଥିଲେ । ଏହି ସମୟରେ ଘଟଣା ଘଟିଥିଲା । ଲିକେଜ ହେବା ଯୋଗୁଁ ବିସ୍ଫୋରଣ ହୋଇଛି । ତଥାପି ଏହି ମାମଲାର ଯାଞ୍ଚ କରାଯାଉଛି । ଘଟଣା ସମୟରେ ଅନେକ ଶ୍ରମିକ ସେଠାରେ ଉପସ୍ଥିତ ଥିଲେ । ଫଳରେ ୭୦ ଜଣଙ୍କ ଜୀବନ ଚାଲିଯାଇଛି ।
ସୂଚନାଯୋଗ୍ୟ, ନାଇଜେରିଆରେ ଏକ ତେ?ଳ ଟ୍ୟାଙ୍କରରେ ଭୟଙ୍କର ବିସ୍ଫୋରଣ ଘଟି ୯୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୫୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଆହତମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଠାରେ ଏକ ତୈଳ ଟ୍ୟାଙ୍କର ରାସ୍ତା ମଝିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ତେଲ ଲୁଟିବା ପାଇଁ ଘଟଣାସ୍ଥଳରେ ରୁଣ୍ଡ ହୋଇଥିଲେ। ଲୋକମାନେ ଟ୍ୟାଙ୍କରରୁ ତେଲ ବାହାର କରୁଥିବା ବେଳେ ହଠାତ୍ ବଡ଼ ବିସ୍ଫୋରଣ ଘଟିଥିଲା । ଉତ୍ତର ନାଇଜେରିଆର ଜିଗାୱା ରାଜ୍ୟରେ ଘଟିଥିଲା । ପେଟ୍ରୋଲ ଟ୍ୟାଙ୍କରଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡ଼ିଥିଲା । ବିସ୍ଫୋରଣ ଯୋଗୁ ଘଟଣାସ୍ଥଳରେ ୯୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଗୁରୁତର ଆହତ ହୋଇଥିଲେ । ଲୋକମାନେ ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କର ନିକଟରେ ରୁଣ୍ଡ ହୋଇଥିବା ବେଳେ ଜୋରଦାର ବିସ୍ଫୋରଣ ହୋଇଥିଲା ।