26.1 C
Bhubaneswar
Friday, April 3, 2026
Homeଦେଶ ବିଦେଶରେଳ ଧାରଣାରେ ଗ୍ୟାସ ସିଲିଣ୍ଡର

ରେଳ ଧାରଣାରେ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର କାନପୁର ଜିଲ୍ଲାରେ ଗତକାଲି ପ୍ରୟାଗରାଜ-ଭିୱାନୀ କାଳିନ୍ଦୀ ଏକ୍ସପ୍ରେସ ଏକ ବଡ଼ ଧରଣର ଅଘଟଣରୁ ବର୍ତ୍ତି ଯାଇଛି। କାନପୁରର ଶିବରାଜପୁର ଅଞ୍ଚଳ ଅତିକ୍ରମ କରୁଥିବା ବେଳେ ରେଳ ଧାରଣା ଉପରେ ରଖାଯାଇଥିବା ଏକ ଗ୍ୟାସ ସିଲିଣ୍ଡରକୁ ଧକ୍କା ଦେଇଥିଲା କାଳିନ୍ଦୀ ଏକ୍ସପ୍ରେସ। ତେବେ ଏଥିରେ ଟ୍ରେନ୍‌ର ଅବା ଟ୍ରେନ୍‌ରେ ଥିବା ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ। ଅନ୍ୟପକ୍ଷରେ ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ଥିଲା ବୋଲି କାନପୁର ପୁଲିସ ସନ୍ଦେହ କରୁଛି। କାରଣ ଗ୍ୟାସ ସିଲିଣ୍ଡର ବ୍ୟତୀତ ଉକ୍ତ ସ୍ଥାନରୁ ଏକ ବୋତଲ ପେଟ୍ରୋଲ, କିଛି ବିସ୍ଫୋରକ ଓ ଦିଆସିଲି ବକ୍ସ ମିଳିଛି। କାଳିନ୍ଦୀ ଏକ୍ସପ୍ରେସ ଉତ୍ତର ପ୍ରଦେଶର ପ୍ରୟାଗରାଜରୁ ହରିୟାଣାର ଭିୱାନୀ ଅଭିମୁଖେ ଯାଉଥିବା ବେଳେ ଶିବରାଜପୁର ଅତିକ୍ରମ କଲା ବେଳେ ରେଳ ଧାରଣା ଉପରେ ଏକ ଗ୍ୟାସ ସିଲିଣ୍ଡର ଥିବା ଲୋକୋ ପାଇଲଟ ଦେଖିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ବ୍ରେକ୍ ମାରିଥିଲେ। ତଥାପି ଅଟକିବା ପୂର୍ବରୁ ସିଲିଣ୍ଡରକୁ ଧକ୍କା ଦେଇଥିଲା ଟ୍ରେନ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking