19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶ୫ ଆଦିବାସୀ ଝିଅଙ୍କ ସହ ଗଣଦୁଷ୍କର୍ମ : ୧୮ ଜଣ ଗିରଫ

୫ ଆଦିବାସୀ ଝିଅଙ୍କ ସହ ଗଣଦୁଷ୍କର୍ମ : ୧୮ ଜଣ ଗିରଫ

ଝାଡ଼ଖଣ୍ଡ: ରାଞ୍ଚିର ଖୁଣ୍ଟି ଜିଲ୍ଲାରେ ପାଞ୍ଚ ଜଣ ଆଦିବାସୀ ଝିଅଙ୍କ ସହ ଗଣଦୁଷ୍କର୍ମ ମାମଲାରେ ଝାଡ଼ଖଣ୍ଡ ପୋଲିସ ଏପର୍ଯ୍ୟନ୍ତ ୧୮ ଜଣ ଙ୍କୁ ଗିରଫ କରିଛି । ଝାଡ଼ଖଣ୍ଡ ପୋଲିସ ମହାନିର୍ଦ୍ଦେଶକ ଅନୁରାଗ ଗୁପ୍ତା ଏହାକୁ ନିଶ୍ଚିତ କରି କହିଛନ୍ତି ଯେ ଗିରଫ ହୋଇଥିବା ସମସ୍ତ ପୁଅ ନାବାଳକ । ଯେତେବେଳେ ଏହି ଝିଅମାନେ ବିବାହ ଉତ୍ସବରୁ ଘରକୁ ଫେରୁଥିଲେ, ଖୁଣ୍ଟିର ରାନିଆ ବ୍ଲକରେ ଅନେକ ପୁଅ ପାଞ୍ଚ ଜଣ ଆଦିବାସୀ ଝିଅଙ୍କୁ ଗଣଦୁଷ୍କର୍ମ କରିଥିଲେ । ଘଟଣାଟି ଗତ ଶୁକ୍ରବାର ରାତି ପ୍ରାୟ ୯.୩୦ ସମୟରେ ଘଟିଥିଲା ।
ପୋଲିସ ମହାନିର୍ଦ୍ଦେଶକ ଅନୁରାଗ ଗୁପ୍ତା ଏ ସମ୍ପର୍କରେ କହିଛନ୍ତି ଯେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ଡାକ୍ତରୀ ପରୀକ୍ଷା କରାଯାଉଛି । ଏହି ସମସ୍ତ ଅଭିଯୁକ୍ତଙ୍କ ବୟସ ୧୮ ବର୍ଷରୁ କମ୍ । ଡିଜିପି କହିଛନ୍ତି ଯେ ୧୬ ବର୍ଷରୁ ଅଧିକ ବୟସର ସମସ୍ତ ଅଭିଯୁକ୍ତଙ୍କୁ ପ୍ରାପ୍ତବୟସ୍କ ଭାବରେ ବିଚାର କରାଯିବ । ଯାହା ଦ୍ଵାରା କୌଣସି ପୁଅ ଆଉ ଥରେ ଏପରି ଘୃଣ୍ୟ କାମ କରିବାକୁ ଭାବି ମଧ୍ୟ ପାରିବ ନାହିଁ । ଏହି ଘଟଣାରେ ପୀଡିତା ଝିଅମାନଙ୍କୁ ସରକାରୀ ସୁବିଧା ଯୋଗାଇବା ବିଷୟରେ ମଧ୍ୟ ଡିଜିପି କଥା ହୋଇଛନ୍ତି । ଡିଜିପି କହିଛନ୍ତି ଯେ ୧୬ ବର୍ଷରୁ କମ୍ ବୟସର ଅଭିଯୁକ୍ତମାନଙ୍କୁ ଜୁଭେନାଇଲ୍ କୋର୍ଟରେ ହାଜର କରାଯିବ। ସେ କହିଛନ୍ତି ଯେ ପୋଲିସ ଏହି ମାମଲାରେ ବହୁତ କମ ସମୟ ମଧ୍ୟରେ ସେମାନଙ୍କର କାର୍ଯ୍ୟାନୁଷ୍ଠାନ ସମାପ୍ତ କରିଛି। ଏହି ମାମଲାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ସୁନିଶ୍ଚିତ କରିବା ପାଇଁ ପ୍ରୟାସ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking