26.1 C
Bhubaneswar
Wednesday, February 4, 2026
Homeଓଡିଶାରାଜଧାନୀରେ ଗଣଦୁଷ୍କର୍ମ ଘଟଣା: ପୋଲିସର ତନାଘନା

ରାଜଧାନୀରେ ଗଣଦୁଷ୍କର୍ମ ଘଟଣା: ପୋଲିସର ତନାଘନା

ଭୁବନେଶ୍ୱର: ରାଜଧାନୀରେ ଗଣଦୁଷ୍କର୍ମ ଘଟଣାରେ ପୋଲିସ ତନାଘନା । ମୁଖ୍ୟ ଅଭିଯୁକ୍ତ ଘର ଭିତରକୁ ତାଲାଭାଙ୍ଗି ପଶିଲା ଲକ୍ଷ୍ମୀସାଗର ଥାନା ପୋଲିସ । ସେପଟେ ଗଣଦୁଷ୍କର୍ମର ଶିକାର ହୋଇ ଝାଡ଼ଖଣ୍ଡର ୧୬ବର୍ଷୀୟା ନାବାଳିକାଙ୍କ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ର ଆଇସିୟୁରେ ଚିକିତ୍ସା ଚାଲିଛି । ଏହି ମାମଲା ରାଜଧାନୀରେ ଚାଲିଥିବା ଏକ ବଡ଼ଧରଣର ସେକ୍ସ ରୢାକେଟ୍‌ର ପର୍ଦ୍ଦାଫାସ କରିଛି। ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଚାଲିଥିବା ସେକ୍ସ ରୢାକେଟ୍‌ରେ ପୀଡ଼ିତାଜଣକ ଫସିଥିବା ସ୍ପଷ୍ଟ ହେବା ପରେ ପୁଲିସ ଆଜି ସେଠାରେ ଚଢ଼ଉ କରିଛି। ପୁଲିସ ସେଠାରୁ ସେକ୍ସ ରୢାକେଟ୍‌ର ମାଷ୍ଟରମାଇଣ୍ଡ ଘରମାଲିକଙ୍କ ସମେତ ୪ଜଣଙ୍କୁ ଉଠାଇ ଆଣିବା ସହ ୩ ଜଣ ଦେହଜୀବୀଙ୍କୁ ଉଦ୍ଧାର କରିଛି।

ଗିରଫ ଅଭିଯୁକ୍ତମାନେ ‌‌‌ହେଲେ ଘରମାଲିକ ସଞ୍ଜୀବ କୁମାର ଦାସ ଓରଫ ବାପି (୫୪), ମଞ୍ଚେଶ୍ବର ପାଲାମଣ୍ଡପ ନିକଟ ଜିତୁ ହାଉସ୍‌ ପରିଡ଼ା କଲୋନି ଅଞ୍ଚଳରେ ରହୁଥିବା‌ ପୁରୀଜିଲ୍ଲା ବଳଙ୍ଗାର ମଞ୍ଜୁ ସେଠୀ (୪୭), ବରମୁଣ୍ଡା କାଳୀମନ୍ଦିର ଅଞ୍ଚଳରେ ରହୁଥିବା‌ କଟକ ଜିଲ୍ଲା ବାଙ୍କୀର ମମତା ସାହୁ (୪୨), ନୟାଗଡ଼ ବସନ୍ତପୁର ଅଞ୍ଚଳର ଅବିନାଶ ମୁଦୁଲି (୨୮)। ଅବିନାଶ, ମାଲିକ ସଞ୍ଜୀବର ସହଯୋଗୀ ଭାବେ କାମ କରୁଥିବା ବେଳେ ମମତା ଓ ମଞ୍ଜୁ ଦେହଜୀବୀମାନଙ୍କ ପରିଚାଳନାରେ ନିୟୋଜିତ ଥିଲେ। ଏହି ରୢାକେଟ୍‌ ବାବଦରେ ପୁଲିସ ଅଧିକ ଖୋଳତାଡ଼ ଚଳାଇଛି। ସିସିଟିଭି ଫୁଟେଜରୁ କିଙ୍ଗପିନ୍ ମଞ୍ଜୁ ସେଠୀ ପାଖରେ ପହଞ୍ଚିଥିଲା ପୋଲିସ । ୧୬ ତାରିଖ ଦିନ ମଞ୍ଜୁ ଏକ ଅଟୋରେ ନାବାଳିକାଙ୍କୁ ନେଇ ଯାଇଥିଲା କ୍ୟାପିଟାଲ ହସ୍ପିଟାଲ । ନାବାଳିକାଙ୍କ ଅବସ୍ଥା ଗୁରୁତର ଥିବାବେଳେ ହସ୍ପିଟାଲରୁ ଛୁ ମାରିଥିଲା ମଞ୍ଜୁ । ତେବେ କେମିତି ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଦୁଷ୍କର୍ମ ଘଟଣାରୁ ସେକ୍ସ ରାକେଟର ପର୍ଦ୍ଦାଫାସ୍ ହେଲା, ତାହା ଜଣାଇଛନ୍ତି ପୋଲିସ କମିଶନର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking