27.1 C
Bhubaneswar
Monday, December 8, 2025
Homeଓଡିଶାପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ମାମଲା: ଦୁର୍ଗାପୁରରେ ଓଡିଶାର ୨ ଜଣିଆ ଟିମ୍‌

ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ମାମଲା: ଦୁର୍ଗାପୁରରେ ଓଡିଶାର ୨ ଜଣିଆ ଟିମ୍‌

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡିଆ ଡାକ୍ତରୀଙ୍କ ଗଣଦୁଷ୍କର୍ମ ମାମଲା । ପଶ୍ଚିମବଙ୍ଗ ଦୁର୍ଗାପୁରରେ ପହଞ୍ଚିଲେ ଓଡିଶାର ୨ ଜଣିଆ ଉଚ୍ଚସ୍ତରୀୟ ଟିମ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ବାଲେଶ୍ୱର ଏଡିଏମ୍ ଓ ଅତିରିକ୍ତ ଏସ୍‌ପି ଦୁର୍ଗାପୁରରେ ପହଞ୍ଚିଲେ । ଆସାନସୋଲ-ଦୁର୍ଗାପୁର ପୋଲିସ କମିଶନର ଅଫିସରେ ବିଚାରବିମର୍ଶ ଚାଲିଛି । ପୀଡିତାଙ୍କ ବାପା ଓ ଅନ୍ୟ କିଛି ସହେଯାଗୀ ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି । ଅନ୍ୟପଟେ ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭିନ୍ନ ମତ ଦେଇଛନ୍ତି । ମମତା କହିଛନ୍ତି ଯେ ଝିଅମାନଙ୍କୁ ରାତିରେ କଲେଜ ବାହାରକୁ ଯିବାକୁ ଅନୁମତି ଦିଆଯିବା ଉଚିତ୍ ନୁହେଁ । ରାତି ସାଢେ ୧୨ଟାରେ କଲେଜ ବାହାରକୁ ଯିବାର ଆବଶ୍ୟକତା ଛାତ୍ରୀଙ୍କୁ ପଚାରିଛନ୍ତି । ମୁଁ ଯେତିକି ଜାଣିଛି ଘଟଣାଚି ଏକ ଜଙ୍ଗଲିଆ ଅଞ୍ଚଳରେ ଘଟିଛି । ଘରୋଇ ମେଡିକାଲ କଲେଜ ଝିଅମାନଙ୍କ ଦାୟିତ୍ୱ ଠିକ୍ ଭାବେ ନେବା ଦରକାର । ସେମାନେ ନିଜେ ମଧ୍ୟ ନିଜକୁ ସୁରକ୍ଷିତ ରଖିବା ଆବଶ୍ୟକ ରହିଛି । ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଖୋଜୁଛନ୍ତି, କାହାକୁ ଛାଡାଯିବ ନାହିଁ । ଅନ୍ୟ ରାଜ୍ୟଗୁଡିକରେ ଏହା ଘଟିଲେ ମଧ୍ୟ ନିନ୍ଦନୀୟ । ଏହିପରି ଘଟଣା ମଣିପୁର, ଉତ୍ତରପ୍ରଦେଶ, ବିହାର, ଓଡିଶାରେ ଘଟିଛି । ଆମେ ମଧ୍ୟ ଭାବୁଛୁ ଯେ ସେଠାରେ ସରକାର କଡା କାର୍ଯ୍ୟାନୁଷ୍ଠାନନେବା ଉଚିତ୍ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking