28.1 C
Bhubaneswar
Saturday, September 21, 2024
Homeଅପରାଧଗଣେଶ ଭସାଣି ବେଳେ ଅଘଟଣ ; ୧ ମୃତ, ୩ଜଣ ଆହତ

ଗଣେଶ ଭସାଣି ବେଳେ ଅଘଟଣ ; ୧ ମୃତ, ୩ଜଣ ଆହତ

କଟକ : ଗଣେଶ ମୂର୍ତ୍ତି ଭସାଣି ବେଳେ ଅଘଟଣ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁସିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆହତଙ୍କ ମଧ୍ୟରେ ଜଣଙ୍କ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୨ ଜଣ ଘରେ ଚିକିତ୍ସିତ ହେଉଛନ୍ତି। ମୃତକ ଜଣଙ୍କ ନାବାଳକ ବୋଲି ସୂଚନା ରହିଛି। ଗତକାଲି ବିଳମ୍ବିତ ରାତିରେ ଗୋପାଳ ସାହି ଓ ଧୁରୁସିଆ ଗାଁରେ ଗଣେଶ ମୂର୍ତ୍ତି ଭସାଣି ହେଉଥିଲା ଏହି ସମୟରେ ଦୁଇ ଗାଁର ପିଲା ମୁହାଁମୁହିଁ ହୋଇଥିଲେ। ପରେ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ଏହି ବଚସା ଉଗ୍ର ରୂପ ନେଇଥିଲା। ଉଭୟ ଗୋଷ୍ଠୀ ମଧ୍ୟରେ ଛୁରା ଓ ଭୁଜାଲି ଆକ୍ରମଣ ହୋଇଥିଲା। ପୁଲିସ ପହଞ୍ଚିବା ପରେ ଉତ୍ତେଜନା ଥମିଥିଲା।ଦୁଇ ଗୋଷ୍ଠୀ ଗଣ୍ଡଗୋଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ପୁଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଓ ଘଟଣାର ତଦନ୍ତ କରୁଛି। ଏବେ ବି ଗାଁରେ ଚାପା ଉତ୍ତେଜନା ଲାଗି ରହିଛି। କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ ଗାଁରେ ପୁଲିସ ମୃତୟନ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking