23.1 C
Bhubaneswar
Tuesday, February 3, 2026
Homeଓଡିଶାଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୨ ଗିରଫ

ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୨ ଗିରଫ

ଜଳେଶ୍ଵର: ଜଳେଶ୍ଵର ମ୍ୟୁନିସିପାଲଟି ଅଧୀନସ୍ଥ ୧ ନମ୍ବର ଓ୍ବାର୍ଡ ଝାଡ଼େଶ୍ବରପୁର ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଜଳେଶ୍ଵର ଥାନା ପୁଲିସ ଗତକାଲି ମଧ୍ୟରାତ୍ରିରେ ଚଢ଼ାଉ କରିଛି। ଚଢ଼ାଉ ସମୟରେ ପୁଲିସ ୧୨ ଜଣକୁ ଗିରଫ  କରିଥିବା ବେଳେ ଘଟଣାସ୍ଥଳରୁ ୧୨ ଟି ମୋବାଇଲ, ୯ ଟି ବାଇକ୍, ୪ଟି ତାସପାଲି ଗୋଛା ଜବତ କରାଯାଇଛି।ଝାଡ଼େଶ୍ବରପୁର ଗ୍ରାମରେ ଏକ ନିର୍ଦ୍ଦିଷ୍ଟ ଘରେ ଦୀର୍ଘ ଦିନ ଧରି ଜୁଆ ଖେଳ ଚାଲୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଗତକାଲି ରାତି ପାଖାପାଖି ୧୨ଟା ସମୟରେ ଜଳେଶ୍ୱର ଏସଡିପିଓ ସୁବ୍ରତ କୁମାର ବେହେରାଙ୍କ ନିର୍ଦ୍ଦେଶରେ ଏକ ସ୍ବତନ୍ତ୍ର ଟିମ୍ ସେହି ଘର ଉପରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ୧୨ ଜଣ ଜୁଆଡିଙ୍କୁ ଗିରଫ କରିଛି।ସେମାନଙ୍କଠାରୁ ୧୨ ମୋବାଇଲ, ନଗଦ ୧୫୨୬୦ ଟଙ୍କା,୪ ଗୋଛା ତାସପାଲି ଜବତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking