17.1 C
Bhubaneswar
Tuesday, February 3, 2026
Homeଓଡିଶାଧୁମଧାମରେ ଚାଲିଛି ଗଜଲକ୍ଷ୍ମୀ ପୂଜା: ଉତ୍ସବମୁଖର ଗାଁଠୁ ସହର

ଧୁମଧାମରେ ଚାଲିଛି ଗଜଲକ୍ଷ୍ମୀ ପୂଜା: ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆରମ୍ଭ ହୋଇଛି ଗଜଲକ୍ଷ୍ମୀ ପୂଜା । ଧନଦାତ୍ରୀଙ୍କ ଆବାହନ ପାଇଁ ଉତ୍ସବମୁଖର ଗାଁଠୁ ସହର। ଅନୁଗୁଳ ସହରରେ ଧୁମଧାମରେ ଚାଲିଛି ଲକ୍ଷ୍ମୀ ପୂଜା। ଜାତି, ଧର୍ମ ନିର୍ବିଶେଷରେ ମା’ଙ୍କ ଆବାହନ ପାଇଁ ବ୍ୟାପକ ପ୍ରସ୍ତୁତି । ସୋମବାର ସନ୍ଧ୍ୟାରୁ ପୂଜା ମଣ୍ଡପଗୁଡ଼ିକରେ ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରା ଯାଇଥିବା ବେଳେ ସହରରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।ସୁଉଚ୍ଚ ତୋରଣ। ରଙ୍ଗବେରଙ୍ଗର ଆଲୋକମାଳା।  ଲକ୍ଷ୍ମୀ ପୂଜା ପାଇଁ ଚଳଚଞ୍ଚଳ ଅନୁଗୁଳ ସହର। ଧୁମଧାମରେ ଚାଲିଛି ଧନଦାତ୍ରୀଙ୍କ ପୂଜା। ଛକ ଛକରେ ପୂଜା ପାଉଛନ୍ତି ମାଆ। ୬୦ରୁ ଅଧିକ ବର୍ଷ ହେବ ସହରର ବିଭିନ୍ନ ପୂଜା ମଣ୍ଡପଗୁଡ଼ିକରେ ପୂଜା ପାଳିତ ହୋଇଆସୁଛି। ବିଭିନ୍ନ ପୂଜା ମଣ୍ଡପ କାର୍ଯ୍ୟକର୍ତ୍ତା ତଥା ଶ୍ରଦ୍ଧାଳୁଙ୍କ ଦ୍ବାରା କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । କଳସ ଶୋଭାଯାତ୍ରା ସହ ୧୦୮ କଳସ ପୂଜା ମଣ୍ଡପରେ ସ୍ଥାପନ ହୋଇଛି । ରୀତିନୀତି ଅନୁଯାୟୀ ଧନଦାତ୍ରୀଙ୍କ ପୂଜା ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking