ଭୁବନେଶ୍ୱର: ବରମୁଣ୍ଡା ପଡିଆରେ ସ୍ୱତନ୍ତ୍ର କାଯ୍ୟକ୍ରମରେ ନୀତିନ ଗଡକରୀ ସାମିଲ ହୋଇ ୧୫୪ କିମି ଦୀର୍ଘ ୧୯ଟି ସଡକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ୧୯ଟି ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ଗଡକରୀ । ଏହା ସହ ଭେଟିଦେଲେ ୪ ହଜାର କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ । ଅନ୍ୟପଟେ ଆଜି ସକାଳେ ଭୁବନେଶ୍ୱର ବିମାନ ବନ୍ଦରରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକାରୀ ପହଞ୍ଚି ପାରମ୍ପାରିକ , ସାଂସ୍କୃତିକ ବାଦ୍ୟ ମାଧ୍ୟମରେ ଭବ୍ୟ ସ୍ୱାଗତ କରାଯାଇଥିଲା ା ଭୁବନେଶ୍ୱରରୁ ସିଧା ସଳଖ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଯାଇ ସେଠାରେ ହରେକୃଷ୍ଣ ମହତାବଙ୍କ ଜୟନ୍ତୀରେ ସାମିଲ ହୋଇଥିଲେ ା