ଭୁବନେଶ୍ୱର: ଅସମ୍ଭାଳ ଜାଡରେ ଥରୁଛି ଓଡିଶା। ରାଜ୍ୟରେ ୧୬ ସହରରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ୩.୧ ଡିଗ୍ରୀ ସହ ଜି. ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ସହର। ଏହା ପରେ ସେମିଳିଗୁଡ଼ାରେ ୪.୬, ଫୁଲବାଣୀରେ ୫.୫, ଦାରିଙ୍ଗବାଡ଼ିରେ ୬ ଡିଗ୍ରୀ ରେକର୍ଡ କରାଯାଇଛି। କୋରାପୁଟରେ ୬.୫, ଚିପିଲିମାରେ ୭.୮, ନବରଙ୍ଗପୁର ଓ ରାଉରକେଲାରେ ୮ ଡିଗ୍ରୀ ରେକର୍ଡ କରାଯାଇଛି। ଝାରସୁଗୁଡ଼ାରେ ୮.୨, ଭବାନୀପାଟଣାରେ ୮.୫, ଅନୁଗୁଳରେ ୯, କିରେଇରେ ୯.୨ ଡିଗ୍ରୀ ରେକର୍ଡ କରାଯାଇଛି। ଢେଙ୍କାନାଳ, ରାୟଗଡ଼ା, ବୌଦ୍ଧ ଓ ସୁନ୍ଦରଗଡ଼ରେ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି।










