ଭୁବନେଶ୍ୱର: ଭୁବନେଶ୍ୱର ପାଇଁ ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି । ରାଜ୍ୟ ସରକାର ବି ମେଟ୍ରୋ ସିଟି ପାଇଁ ଇଚ୍ଛୁକ କହିଲେ ନଗର ଉନ୍ନୟନ ମନ୍ତ୍ରୀ । ପୂର୍ୱ ମେଟ୍ରୋ ପ୍ରକଳ୍ପ ପାଇଁ ଟ୍ରାଫିକ ସମସ୍ୟା ଉପୁଜିଥିଲା । ଟେଷ୍ଟିଙ୍ଗ ସମୟରେ ଯାତାୟତ ନେଇ ସମସ୍ୟା ଦେଖା ଦେଇଥିଲା । କାମ ଚାଲିଥିଲେ ସ୍ଥିତି ଜଟିଳ ହୋଇଥାନ୍ତା ଯାତାୟତକୁ ଅଧିକ ସୁବିଧା କରିବା ପାଇଁ ରିଙ୍ଗ ରୋଡକୁ ଅନୁମୋଦନ ମିଳିଛି । ଏହି ୬ ଲେନ କେବଳ ଭୁବନେଶ୍ୱର, କଟକ, ଖୋର୍ଦା ନୁହେଁ ରାଜ୍ୟ ପାଇଁ ସୁବିଧା । କେନ୍ଦ୍ର ସରକାରଙ୍କ ସହାୟତାରେ ଆଗକୁ ମେଟ୍ରୋ ପ୍ରକଳ୍ପ କାଯ୍ୟ ହେବ ।









