21.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶଚାନ୍ଦା ଆଦାୟ ଅଭିଯୋଗ; ୨ ଉଗ୍ରବାଦୀ ସମେତ ୩ ଗିରଫ

ଚାନ୍ଦା ଆଦାୟ ଅଭିଯୋଗ; ୨ ଉଗ୍ରବାଦୀ ସମେତ ୩ ଗିରଫ

ଇମ୍ଫାଲ: ମଣିପୁରରେ ଚାନ୍ଦା ଆଦାୟ ଅଭିଯୋଗରେ ୨ ଉଗ୍ରବାଦୀ ସମେତ ୩ଜଣଙ୍କୁ ସୁରକ୍ଷାବାହିନୀ ଗିରଫ କରିଛି। ବେଆଇନ୍ ଚାନ୍ଦା ଆଦାୟ କାର୍ଯ୍ୟକଳାପରେ ଏମାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ଇମ୍ଫାଲ ପଶ୍ଚିମ, ଇମ୍ଫାଲ ପୂର୍ବ ଏବଂ କାଙ୍ଗପୋକପି ଜିଲ୍ଲାରୁ ସୁରକ୍ଷା ବାହିନୀ ଏମାନଙ୍କୁ ଗିରଫ କରିଛି। ତେବେ ଗିରଫ ୩ଜଣଙ୍କ ମଧ୍ୟରେ ଇମ୍ଫାଲ ପଶ୍ଚିମ ଜିଲ୍ଲାର ଲୋଇଟାଙ୍ଗ ଖୁଲେନ ଅଞ୍ଚଳରୁ ନିଷିଦ୍ଧ କେସିପି (ପିଡବ୍ଲ୍ୟୁଜି)ର ଜଣେ ସକ୍ରିୟ କ୍ୟାଡରକୁ ଗିରଫ କରାଯାଇଛି।

ସେହିପରି ଇମ୍ଫାଲ ପୂର୍ବ ଜିଲାର ସାଗୋଲମାଙ୍ଗ ବଜାରରୁ ନିଷିଦ୍ଧ ସଂଗଠନ ପ୍ରିପକ୍ (ପ୍ରୋ)ର ଜଣେ ସଦସ୍ୟକୁ ଏବଂ କାଙ୍ଗପୋକପି ଜିଲାର ଖାମେନଲୋକ ଅଞ୍ଚଳରୁ ମଧ୍ୟ ଜଣଙ୍କୁ ଗିରଫ କରାଯାଇଛି। ଏମାନେ ଜାତୀୟ ରାଜପଥରେ ଟ୍ରକ୍ ତଥା ଅନ୍ୟ ଭାରିଯାନ ଡ୍ରାଇଭରମାନଙ୍କଠାରୁ ଧମକ ଚମକ ଦେଇ ଚାନ୍ଦା ଆଦାୟ କରୁଥିବା ଅଭିଯୋଗ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking