23.1 C
Bhubaneswar
Monday, February 23, 2026
Homeଦେଶ ବିଦେଶଏଫ୍‌ଏସ୍‌ଏସ୍‌ଆଇର ନୂଆ ଅଭିଯୋଗ; ହାଇ ରିସ୍କ ଖାଦ୍ୟ ତାଲିକାରେ ପ୍ୟାକେଜ୍‌ଡ୍ ପାଣି

ଏଫ୍‌ଏସ୍‌ଏସ୍‌ଆଇର ନୂଆ ଅଭିଯୋଗ; ହାଇ ରିସ୍କ ଖାଦ୍ୟ ତାଲିକାରେ ପ୍ୟାକେଜ୍‌ଡ୍ ପାଣି

ନୂଆଦିଲ୍ଲୀ: ଭାରତର ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ (ଏଫ୍‌ଏସ୍‌ଏସ୍‌ଆଇ) ପକ୍ଷରୁ ଏକ ବଡ଼ ଚିନ୍ତାଜନକ ତଥ୍ୟ ଜାରି କରାଯାଇଛି। ଏଫ୍‌ଏସ୍‌ଏସ୍‌ଆଇ ଦର୍ଶାଇଛି ଯେ, କେବଳ ପ୍ୟାକେଜିଂ ଖାଦ୍ୟ ନୁହେଁ, ପ୍ୟାକେଜିଂ ପାନୀୟ ଜଳ ବି ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ। ସୁତରାଂ ଏଫ୍‌ଏସ୍‌ଏସ୍‌ଆଇ ପ୍ୟାକେଜ୍‌ଡ୍ ପାଣି ଏବଂ ମିନେରାଲ ପାଣିକୁ ବିପଦପୂର୍ଣ୍ଣ ଖାଦ୍ୟ ଶ୍ରେଣୀରେ ତାଲିକାଭୁକ୍ତ କରିଛି। ଏହା ଅର୍ଥ ଏସବୁ ଉତ୍ପାଦ ଉତ୍ପାଦନ କରୁଥିବା କମ୍ପାନୀଗୁଡ଼ିକ ମଧ୍ୟ ଏଣିକି ଏଫ୍‌ଏସ୍‌ଏସ୍‌ଆଇର ବାର୍ଷିକ ତଦନ୍ତ ଓ ଅଡିଟ୍ ଯାଞ୍ଚ୍‌ର ପରିସରଭୁକ୍ତ ହେବେ। ସେହିପରି କମ୍ପାନୀଗୁଡ଼ିକୁ ଲାଇସେନ୍ସ ପ୍ରଦାନ ପୂର୍ବରୁ ଭିତ୍ତିଭୂମିକୁ ଏଫ୍‌ଏସ୍‌ଏସ୍‌ଆଇ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ୍ କରିବ ଏବଂ ପରେ ଲାଇସେନ୍ସ ପ୍ରଦାନ କରିବ। ଏସବୁ ଉତ୍ପାଦଗୁଡିକ ଉପରେ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍‌) ପ୍ରମାଣପତ୍ରର ଆବଶ୍ୟକତାକୁ ହଟାଇବା ପାଇଁ ସରକାର ଅକ୍ଟୋବରରେ ନିଷ୍ପତ୍ତି ନେଇଥିଲେ। ସଂଶୋଧିତ ନିର୍ଦ୍ଦେଶାବଳୀ ଅନୁସାରେ, କୌଣସି ବି ସାମଗ୍ରୀର ଲାଇସେନ୍ସ କିମ୍ବା ପଞ୍ଜୀକରଣ ପୂର୍ବରୁ ବାଧ୍ୟତାମୂଳକ ଭାବେ ଯାଞ୍ଚ କରାଯିବ। ଅନ୍ୟପକ୍ଷେ ଏବେ ଏଫ୍‌ଏସ୍‌ଏସ୍‌ଆଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି।

ଏସବୁ ମଧ୍ୟରେ ଏଫ୍‌ଏସ୍‌ଏସ୍‌ଆଇ ସ୍ପଷ୍ଟ କରିଛି ଯେ, ପ୍ୟାକେଜ୍‌ଡ୍ ପାଣି ଏବଂ ମିନେରାଲ ପାଣିକୁ ଅଧିକ ବିପଦପୂର୍ଣ୍ଣ ଖାଦ୍ୟ ତାଲିକାଭୁକ୍ତ କରିବାର ଅର୍ଥ ନୁହେଁ, ଏହା ସ୍ୱାସ୍ଥ୍ୟ ପାଇଁ ଅସୁରକ୍ଷିତ। ଏଥିପାଇଁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ, ବରଂ ଏଫ୍‌ଏସ୍‌ଏସ୍‌ଆଇର ଏହି ପଦକ୍ଷେପ ପରେ ଆଗାମୀ ଦିନରେ ଗ୍ରାହକଙ୍କ ନିକଟରେ ଉଚ୍ଚମାନର ଏବଂ ସୁରକ୍ଷିତ ପାଣି ପହଞ୍ଚିବ। କାରଣ ସଂଶୋଧିତ ନିୟମ ଅନୁସାରେ, ଖାଉଟିଙ୍କ ପାଇଁ ଗୁଣବତ୍ତା ଏବଂ ନିରାପତ୍ତା ବଜାୟ ରଖିବା ଉଦ୍ଦେଶ୍ୟରେ ଉତ୍ପାଦଗୁଡ଼ିକର ନିୟମିତ ଯାଞ୍ଚ ଏବଂ ବାର୍ଷିକ ଅଡିଟ୍ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ କେବଳ ପ୍ୟାକେଜ୍‌ଡ୍ ପାଣି ନୁହେଁ, ଭାରତର ବଜାରରେ ଉପଲବ୍ଧ ଅନ୍ୟ କେତେକ ଖାଦ୍ୟର ମଧ୍ୟ ମାନକୁ ଏଫ୍‌ଏସ୍‌ଏସ୍‌ଆଇ ଯାଞ୍ଚ୍ କରିବ। ପ୍ରକାଶ, ତେବେ ବିପଦପୂର୍ଣ୍ଣ ଖାଦ୍ୟ ତାଲିକାରେ ସାମିଲ ଥିବା ଖାଦ୍ୟ ତାଲିକା ମଧ୍ୟରେ ଦୁଗ୍ଧ ଏବଂ ଏଥିରୁ ପ୍ରସ୍ତୁତ ହେଉଥିବା ଦ୍ରବ୍ୟ, ବିଭିନ୍ନ ପ୍ରକାର ମାଂସ, ମାଛ, ଅଣ୍ଡା ଏବଂ ଏଥିରୁ ତିଆରି ଖାଦ୍ୟ, ନିର୍ଦ୍ଦିଷ୍ଟ ପୁଷ୍ଟିକର ବ୍ୟବହାର ପାଇଁ ଉଦ୍ଦିଷ୍ଟ ଖାଦ୍ୟ, ପ୍ୟାକେଜଡ୍ ଖାଦ୍ୟ, ପ୍ୟାକେଜ୍‌ଡ ମିଠା, ପୁଷ୍ଟିକର ଖାଦ୍ୟ ଏବଂ ଏଥିରୁ ତିଆରି ଖାଦ୍ୟ (ଭିଟାମିନ ଏବଂ ମିନେରାଲ୍ସର ମିଶ୍ରଣରୁ ତିଆରି ହେଉଥିବା ଚାଉଳ) ଆଦି ସାମିଲ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking