35.2 C
Bhubaneswar
Wednesday, April 8, 2026
Homeଓଡିଶାଆଜିଠୁ ପୁଣି ରତ୍ନଭଣ୍ଡାର ଗଣତି

ଆଜିଠୁ ପୁଣି ରତ୍ନଭଣ୍ଡାର ଗଣତି

ପୁରୀ: ଆଜିଠୁ ପୁଣି ଖୋଲିବ କାଳିଆ ସାଆନ୍ତଙ୍କ ରତ୍ନଭଣ୍ଡାର । ମାର୍ଚ୍ଚ ୨୫ରେ ଚଳନ୍ତି ଭଣ୍ଡାର ଗଣତି ଶେଷ ହେବା ପରେ ଆଜିଠାରୁ ୧୧ ତାରିଖ ଯାଏଁ ବାହାର ଭଣ୍ଡାର ଗଣତି ହେବ । ରବିବାର ୧୨ ତାରିଖ ଗଣତି ପ୍ରକ୍ରିୟା ବନ୍ଦ ରହିବା ପରେ ପୁଣି ୧୩ ତାରିଖ ଏବଂ ପରେ ୧୬ରୁ ୧୮ ତାରିଖ ଯାଏଁ ଗଣତି କାର୍ଯ୍ୟ ହେବ । ଆଜି ୧୧ଟା ୩୦ରୁ ଆରମ୍ଭ ହେବ ଗଣତି କାର୍ଯ୍ୟ । ତା ପୂର୍ବରୁ ସକାଳ ଧୂପ ସାରିବାକୁ ନିଷ୍ପତ୍ତି ହୋଇଛି । ଗଣତି ସମୟରେ ବାହାର କାଠରୁ ଶ୍ରଦ୍ଧାଳୁ ଦର୍ଶନ କରିବେ । ବାହାର ଭଣ୍ଡାର ଗଣତି ପ୍ରକ୍ରିୟା ଶେଷ ହୋଇ ମେଳକ ହେବା ପରେ , ପରବର୍ତ୍ତୀ ପର୍ଯ୍ୟାୟରେ ଭିତର ଭଣ୍ଡାର ଗଣତି ହେବ । ଗଣତି ପାଇଁ ଦୁଇଟି ଟିମ ଶ୍ରୀମନ୍ଦିର ଭିତରକୁ ଯିବେ । ହ୍ୟାଣ୍ଡଲିଙ୍ଗ ଟିମର ୧୫ ଜଣ ଏବଂ ସୁପରଭାଇଜିଂ ଟିମରେ ୮ ଜଣ ଏଭଳି ୨୩ ଜଣ ସଦସ୍ୟ ରହିଛନ୍ତି । କିନ୍ତୁ ୧୩ ଜଣ ସଦସ୍ୟ ଚଳନ୍ତି ଭଣ୍ଡାର ଭିତରକୁ ଯିବେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking