27.1 C
Bhubaneswar
Friday, October 18, 2024
Homeଅପରାଧବନ୍ଧୁକ ପାଇଁ ବନ୍ଧୁକୁ ହତ୍ୟା ବନ୍ଧୁ

ବନ୍ଧୁକ ପାଇଁ ବନ୍ଧୁକୁ ହତ୍ୟା ବନ୍ଧୁ

ବାଲେଶ୍ୱର : ବନ୍ଧୁକ ପାଇଁ ବନ୍ଧୁକୁ ହତ୍ୟା । ବାଲେଶ୍ୱର ଜିଲ୍ଲା ସୋର ତଳନଗର ଏନ୍‌ଏଚ୍‌ରେ ଯୁବକଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ । ୨ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ପୋଲିସ । ବନ୍ଧୁକ ପାଇଁ ଯୁବକଙ୍କୁ ନିଜ ୨ ବନ୍ଧୁ ହତ୍ୟା କରିଥିବା ଜଣାପଡିଛି । ମୃତକଙ୍କ ନାଁ ହେଉଛି ରବି ନାରାୟଣ ଗୁଲି ।

ସୂଚନା ଅନୁଯାୟୀ, ୨୦ ହଜାର ଟଙ୍କାରେ ବନ୍ଧୁକ ଦେବାକୁ ମୃତକ ରବି ନାରାୟଣ ଗୁଲିଙ୍କ ସହ ଡିଲ୍ ହୋଇଥିଲା । ୨୦ ହଜାର ଟଙ୍କା ପାଇବା ପରେ ବି ଆହୁରି ଟଙ୍କା ଦାବି କରିଥିଲେ ମୃତକ । ଉତକ୍ଷିପ୍ତ ହୋଇ ୨ ଜଣ ମିଶି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ । ୨ ଜଣଙ୍କୁ ଗିରଫ କରି ଅଧିକ ଖୋଳତାଡ କରୁଛି ପୋଲିସ । ମୃତକ ଓ ଆକ୍ରମଣକାରୀ ୩ ଜଣ ବନ୍ଧୁ । ସମସ୍ତ ମୃତ ଓ ଅଭିଯୁକ୍ତ ପୁରୀ ଜିଲ୍ଲାର ବୋଲି ସୂଚନା ମିଳିଛି ।

ପୁରୀ ଜିଲ୍ଲା ଟାଉନ ଥାନା ଗୁଣ୍ଡିଚା ମନ୍ଦିର ନିକଟରେ ରବିନାରାୟଣ ଗୁଲିଙ୍କ ଘର । ସେ ଗୋପାଳପୁର ଥାନା ତାଳପଦା ଭିଲ୍ଲା ଗାଁରେ ବିବାହ କରିଥିଲେ । ବାହାଘର ପରେ ଶ୍ୱଶୁର ଘରେ ଘର ଜ୍ୱାଇଁ ହୋଇ ରହୁଥିଲେ । ସେ ପୁରୀ ଅଞ୍ଚଳର କାଲୁ ଓ ସୁବୁନାଙ୍କୁ ବନ୍ଧୁକ ଦେବ ବୋଲି କହି ୨୦ ହଜାର ଟଙ୍କା ନେଇଥିଲେ କିନ୍ତୁ ବନ୍ଧୁକ ଦେଉନଥିଲେ । ଶୁକ୍ରବାର କାଲୁ କାଇଦା କରି ରବିନାରାୟଣଙ୍କୁ ତାଙ୍କ ଘରୁ ଡ଼ାକି ନେଇଥିଲେ । ଉଭୟ ବାଇକ୍‌?ରେ ଘରୁ ବାହାରିଥିଲେ । ଆଉ ସେମାନଙ୍କ ପଛରେ ବସରେ ଯାଇଥିଲେ ସୁବୁନା । ରାତି ପ୍ରାୟ ସେଢ଼େ ୧୦ଟା ବେଳେ ୧୬ ନମ୍ୱର ଜାତୀୟ ରାଜପଥର ତଳନଗର ପାର୍ଶ୍ୱରେ ରବିନାରାୟଣଙ୍କ ପେଟ ଓ ପିଠିରେ କାଲୁ ଛୁରା ମାଡ଼ କରିଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking