ହିନ୍ଦୋଳ: ସାଙ୍ଗ ଗୁଳି ମାଡରେ ସାଙ୍ଗ ମୃତ । ରସୋଳ ଥାନା କଦଳୀପାଳ ଅଞ୍ଚଳରେ ଏହି ଘଟଣା ଘଟିଛି । ଶିକାର ପାଇଁ ୨ ସାଙ୍ଗ ଜଙ୍ଗଲକୁ ଯାଇଥିଲେ । ହେଲେ ଅନ୍ୟ ଜଣ ସାଙ୍ଗ ଜନ୍ତୁ ଭାବି ନିଜ ସାଙ୍ଗକୁ ଗୁଳି କରିଦେଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ଅଭିଯୁକ୍ତ ସାଙ୍ଗକୁ ଅଟକ ରଖି ପୁଲିସ ତଦନ୍ତ କରୁଛି ।