ପାରାଦୀପ: ସୋମବାର ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ମାଲବାହୀ ଟ୍ରେନର ଦୁଇଟି ବଗି ଲାଇନଚ୍ୟୁତ ହୋଇଛି । ବାଉରିଆପାଳନ୍ଦା ନିକଟରେ ଏହି ଅଘଟଣ ଘଟିଛି । ଉକ୍ତ ମାଲବାହୀ ଟ୍ରେନଟି ପାରାଦ୍ୱୀପ ବନ୍ଦରାଞ୍ଚଳକୁ ଯାଉଥିଲାବେଳେ ଏହାର ୨ଟି ବଗି ଲାଇନଚୁ୍ୟତ ହୋଇଛି । ଆଜି ପୂର୍ବାହ୍ଣ ୧୧ଟା ସମୟରେ ଟ୍ରେନଟି ମାଲ ଲୋଡିଂ ପାଇଁ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିଲା। ଟ୍ରେନର ଗୋଟିଏ ବଗି ଟ୍ରାକରୁ ଖସି ଯାଇଥିଲା। ଅନ୍ୟ ଏକ ବଗି ଟ୍ରାକ ବାହାରକୁ ଆସି ଓଲଟି ପଡ଼ିଥିଲା। ପୋର୍ଟ କର୍ମଚାରୀ ଓ ରେଲୱେ ବିଭାଗର କର୍ମଚାରୀ ପହଞ୍ଚି ଟ୍ରାକ ମରାମତି କରୁଥିବା ଜଣାଯାଇଛି।










