କୋରାପୁଟ: ଆନ୍ଧ୍ରର ଚିମିଡ଼ିପାଲି ରେଳ ଷ୍ଟେଶନରେ ମାଲ ବୋଝେଇ ଟ୍ରେନ ଲାଇନଚ୍ୟୁତ ହୋଇଛି । ୨୫ରୁ ଅଧିକ ବଗି ଲାଇନଚ୍ୟୁତ ହୋଇଛି । ଚିମିଡିପାଲି ନିକଟରେ ଏଭଳି ଦୁର୍ଘଟଣା ଘଟିଛି । କିରଣ୍ଡୁଲରୁ ଲୁହାପଥର ନେଇ ବିଜୟୱାଡା ଯାଉଥିଲା । ଏନେଇ ବିଶାଖାପାଟଣାରୁ କିରୁଣ୍ଡୁଲକୁ ଟ୍ରେନ ଚଳାଚଳ ବନ୍ଦ ରହିଛି । ଦିନ ସାରା ଯାତାୟତ ବନ୍ଦ ରହିବ । ରାତିସାରା ଚଳାଚଳ ରହିବ ବୋଲି ସୂଚନା ରହିଛି । ଲାଇନଚ୍ୟୁତ କାହିଁକି ହେଲା ରେଳବିଭାଗ ପକ୍ଷରୁ ତଦନ୍ତ କରାଯାଉଛି ।