21.1 C
Bhubaneswar
Friday, February 6, 2026
Homeଓଡିଶାମାଲବାହୀ ଟ୍ରେନ ଲାଇନଚ୍ୟୁତ

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ସୁନ୍ଦରଗଡ: ବୁଧବାର ସକାଳେ ରାଉରକେଲା-ରାଞ୍ଚି ମୁଖ୍ୟ ରେଳ ମାର୍ଗରେ ଏକ ବଡ଼ ଦୁର୍ଘଟଣା ଏଡାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବାନୋ ଏବଂ କନରାୱା ରେଳବାଇ ଷ୍ଟେସନ ମଧ୍ୟରେ କିଲୋମିଟର ସଂଖ୍ୟା 524/34 ନିକଟରେ ମିଳିତ ଲାଇନ ନମ୍ବର ଦୁଇରେ ସକାଳ ପ୍ରାୟ 10 ଟା ସମୟରେ ଏକ BSCS ମାଲବାହୀ ଟ୍ରେନ ହଠାତ୍ ଲାଇନଚ୍ୟୁତ ହୋଇ ଯାଇଥିଲା। ଏହି ଦୁର୍ଘଟଣାରେ ପ୍ରାୟ ଦଶଟି ବଗି ଲାଇନଚ୍ୟୁତ ହୋଇଛି। ଯାହା ମଧ୍ୟରୁ କିଛି ବଗି ଓଲଟି ମଧ୍ୟ ଯାଇଛି। ଘଟଣା ପରେ ହାଟିଆ ଏବଂ ବନ୍ଧମୁଣ୍ଡାରୁ ରେଳବାଇର ଉଦ୍ଧାର ଦଳକୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଛି। ଲାଇନଚ୍ୟୁତର ସଠିକ୍ କାରଣ ବର୍ତ୍ତମାନ ଯାଏ ଜଣା ପଡ଼ି ନାହିଁ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରାଞ୍ଚି ରେଳବାଇ ଡିଭିଜନର ଇଞ୍ଜିନିୟରିଂ ଏବଂ ଅପରେସନ୍ ବିଭାଗର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିବା ସୂଚନା ମିଳିଛି। ଏହି ଘଟଣାରେ କୌଣସି ମୃତାହତର ଖବର ମିଳିନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking