29.1 C
Bhubaneswar
Monday, July 8, 2024
Homeଓଡିଶାମାଗଣାରେ ଦେଲେନି କ୍ୟାରି ବ୍ୟାଗ୍‌; ଏବେ ଗଣିବେ ଏତିକି ଟଙ୍କା..

ମାଗଣାରେ ଦେଲେନି କ୍ୟାରି ବ୍ୟାଗ୍‌; ଏବେ ଗଣିବେ ଏତିକି ଟଙ୍କା..

ବଲାଙ୍ଗିର: ୧୬ ଟଙ୍କା ପାଇଁ ୩୩ ହଜାର ଫାଇନ । ଉପଭୋକ୍ତାଙ୍କୁ ୧୬ ଟଙ୍କାର କ୍ୟାରି ବ୍ୟାଗ ନଦେବାରୁ, ବଲାଙ୍ଗିର ସହର ଭିତରେ ଥିବା ବିଶାଲ ମେଗା ମାର୍ଟକୁ ବଲାଙ୍ଗିର ଜିଲ୍ଲା ଖାଉଟି ଅଦାଲତ ୩୩ ହଜାର ଟଙ୍କା ଫାଇନ କରିଛନ୍ତି । ସୂର୍ଯ୍ୟକାନ୍ତ ବାଗ ନାମକ ଜଣେ ଗ୍ରାହକ ଗତ ସେପ୍ଟେମ୍ବର ମାସରେ ବିଶାଲ ମେଗା ମାର୍ଟକୁ ଡ୍ରେସ କିଣିବାକୁ ଯାଇଥିଲେ । ଡ୍ରେସ କିଣିବା ପରେ କ୍ୟାରି ବ୍ୟାଗ ମାଗଣାରେ ନଦେଇ ସେଥିପାଇଁ ଅତିରିକ୍ତ ୧୬ ଟଙ୍କା ନେଇଥିଲା ବିଶାଲ ମେଗା ମାର୍ଟ । ଏନେଇ ସୂର୍ଯ୍ୟକାନ୍ତ ବାଗ ଓରଫ ସୁଶାନ୍ତ, ଜିଲ୍ଲା ଖାଉଟି ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଅଦାଲତ ବିଶାଲ ମେଗା ମାର୍ଟକୁ ଦୋଷୀ ସାବ୍ୟସ୍ତ କରି ୩୩ ହଜାର ଟଙ୍କା ଫାଇନ ଦେବା ପାଇଁ ନିର୍ଦେଶ ଦେଇଛନ୍ତି ।

ସେପଟେ ବଲାଙ୍ଗିର ବିଶାଲ ମେଗା ମାର୍ଟ କର୍ତ୍ତୃପକ୍ଷ କହିଛନ୍ତି, ଖାଉଟି ଅଦାଲତଙ୍କ ଆଦେଶ ଉପରେ ଉପରିସ୍ଥ ଅଧିକାରୀ ପଦକ୍ଷେପ ନେବେ । ସୂଚନା ମୁତାବକ ବ୍ୟାଗର ମୂଲ୍ୟ ମାତ୍ର ୧୬ ଟଙ୍କା । ବଲାଙ୍ଗିର ବିଶାଳ ମେଗା ମାର୍ଟ, ଜଣେ ଗ୍ରାହକ ସୂର୍ଯ୍ୟକାନ୍ତ ବାଗଙ୍କ ପାଖରୁ ବ୍ୟାଗ ବାବଦକୁ ୧୬ ଟଙ୍କା ନେଇଥିଲେ । ରସିଦରେ ଅନ୍ୟ ସାମଗ୍ରୀ ସହିତ ବ୍ୟାଗ ବାବଦକୁ ୧୬ ଟଙ୍କା ବୋଲି ମଧ୍ୟ ଲେଖାଯାଇଛି । ଗତ ସେପ୍ଟେମ୍ବର ୨୦୨୩ ରେ, ବିଶାଳ ମେଗା ମର୍ଟରେ ମାର୍କେଟିଂ ଏହି ଘଟଣା ଘଟିଥିଲା । ତେଣୁ ଲିଖିତ ଭାବେ ସବୁ ଦଲିଲ ଦସ୍ତାବିଜ ସହିତ, ଖାଉଟୀ ଅଦାଳତରେ ଅଭିଯୋଗ କରିଥିଲେ ସୂର୍ଯ୍ୟକାନ୍ତ । ଆଉ ଗତ ଜୁଲାଇ ୨ ତାରିଖ, ବ୍ୟାଗ ପାଇଁ ୧୬ ଟଙ୍କା ନେଇଥିବାରୁ, ବିଶାଳ ମେଗାମର୍ଟକୁ ୩୩ ହଜାର ଟଙ୍କାର ଫାଇନ ପକାଇଛନ୍ତି ଅଦାଳତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking