ବୌଦ୍ଧ: ବୌଦ୍ଧ ଜିଲ୍ଲାପାଳଙ୍କ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଟଙ୍କା ମାଗିଲେ ସାଇବର ଠକ । ଜିଲ୍ଲାପାଳଙ୍କ ଯୋଗାଯୋଗରେ ଥିବା ସମସ୍ତଙ୍କୁ ଟଙ୍କା ମାଗିବାରେ ଲାଗିଥିଲା ଏହି ସାଇବର ଠକ । ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକଙ୍କ ଫଟୋ ଲଗାଇ ଏକ ଫେକ ଆକାଉଣ୍ଟ ଖୋଲାଯାଇଛି । । ଏଭଳି ଘଟଣା ବୌଦ୍ଧ ଜିଲ୍ଲାପାଳଙ୍କ ନଜରକୁ ଆସିବା ପରେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀଙ୍କ ଜରିଆରେ ଏଭଳି ମେସେଜରୁ ଦୂରେଇ ରହିବା ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ନିବେଦନ କରାଯାଇଛି । ଘଟଣା ନେଇ ତଦନ୍ତ ଆରମ୍ଭ ହୋଇଛି । ସାଇବର ସେଲ୍ ପକ୍ଷରୁ ନମ୍ବର ଟ୍ରାକ୍ କରିବା ଦିଗରେ ତଦନ୍ତ ଚାଲିଛି ।










