26.1 C
Bhubaneswar
Friday, April 3, 2026
Homeଦେଶ ବିଦେଶନଦୀରେ ବୁଡିଗଲେ ୪ ଛାତ୍ର

ନଦୀରେ ବୁଡିଗଲେ ୪ ଛାତ୍ର

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ଉପ-ରାଜଧାନୀ ଦୁମକାରେ ମୟୂରାକ୍ଷୀ ନଦୀରେ ବୁଡ଼ି ଚାରି ଜଣ ଛାତ୍ର ନିଖୋଜ ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଗୁରୁବାର ଅପରାହ୍ନରେ ହରିପୁର ଗାଁ ନିକଟସ୍ଥ ବନ୍ଧକୁ ଗାଧୋଇବାକୁ ଯାଇଥିବା ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତିନି ଜଣଙ୍କ ସନ୍ଧାନ ଜାରି ରହିଛି।

ସୂଚନା ଅନୁଯାୟୀ, ଚାରି ଜଣ ଛାତ୍ର ନଦୀବନ୍ଧ ଅଞ୍ଚଳରେ ମଜା କରିବା ପାଇଁ ନଦୀ ଭିତରକୁ ପଶି ଯାଇଥିଲେ। ବିଳମ୍ବିତ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି ଆରମ୍ଭ କରି ପୋଲିସକୁ ଖବର ଦେଇଥିଲେ। ରାତିସାରା ଖୋଜାଖୋଜି ପରେ ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ ଜଣେ ଛାତ୍ର କୃଷ୍ଣ ସିଂହଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ବାକି ତିନି ଛାତ୍ର – ଆର୍ଯ୍ୟନ୍, କ୍ରିଶ୍ ଏବଂ ଅନ୍ୟ ଜଣେଙ୍କୁ ଖୋଜିବା ପାଇଁ ଓଡ୍ରାଫ ଟିମକୁ ଡକାଯାଇଛି ।ଜାମା ପୋଲିସ ଷ୍ଟେସନ୍ ଇନଚାର୍ଜ ଅଜିତ କୁମାର ସିଂହ ଘଟଣାର ସତ୍ୟାସତ୍ୟ ପ୍ରକାଶ କରି କହିଛନ୍ତି ଯେ ସୂଚନା ମିଳିବା ମାତ୍ରେ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା। ଏପର୍ଯ୍ୟନ୍ତ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଛି ଏବଂ ବାକି ଛାତ୍ରମାନଙ୍କୁ ଖୋଜିବା ପାଇଁ ଚେଷ୍ଟା ଜାରି ରଖାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking