21.1 C
Bhubaneswar
Saturday, February 14, 2026
Homeଓଡିଶାଚୋରି ଅଭିଯୋଗରେ ମହିଳାଙ୍କ ସମେତ ୪ ଲୁଟେରା ଗିରଫ

ଚୋରି ଅଭିଯୋଗରେ ମହିଳାଙ୍କ ସମେତ ୪ ଲୁଟେରା ଗିରଫ

ପୁରୀ: ଜଣେ ମହିଳାଙ୍କ ସମେତ ୪ ଜଣ ଲୁଟେରାଙ୍କୁ ପୁରୀ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ଠାରୁ ଚୋରି ହୋଇଥିବା ସୁନା ଅଳଙ୍କାର ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି। ଅଭିଯୁକ୍ତମାନେ ହେଲେ ପୁରୀ ଜିଲ୍ଲା ପେଣ୍ଠକଟା ସାମୁଦ୍ରିକ ଥାନା ଅଧୀନ ବାଲିଘାଟ ବ୍ରାହ୍ମଣୀପୋଖରୀ ନିବାସୀ କୃଷ୍ଣଚନ୍ଦ୍ର ଦାସଙ୍କ ଝିଅ କାଜଲ ଦାସ ଓରଫ ବବି(୨୮), ତାଳବଣିଆ ଥାନା ବାଲିଘାଟର ଲକ୍ଷ୍ମୀଧର ସ୍ବାଇଁଙ୍କ ପୁଅ ଶ୍ରୀକାନ୍ତ ସ୍ବାଇଁ ଓରଫ ପଞ୍ଚୁ (୩୩), ନିମାପଡ଼ା ଥାନା ଚୁଗାଡ଼ିଆକଣ୍ଟାର ଦୈତାରୀ ମଲ୍ଲିକଙ୍କ ପୁଅ ଆଶିଷ ମଲ୍ଲିକ (୧୯) ଓ ବଳଙ୍ଗା ଥାନା ଅଧୀନ ସମ୍ଭୁଭାରତୀପାଟଣା ଗାଁର ପବିତ୍ର ମୋହନ ଦାସଙ୍କ ପୁଅ ଚିରଞ୍ଜିବି ଦାସଙ୍କ ପୁଅ ଚିଣ୍ଟୁ (୨୮)। ବିଗତ ୧୫ ଦିନ ମଧ୍ୟରେ ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଏକାଧିକ ଲୁଟ୍ ଘଟଣା ନେଇ ଅଭିଯୋଗ ହୋଇଥିଲା। ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଓ ତାଳବଣିଆ ଥାନା ଆଇଆଇସିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ୪ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ନେଇ ପୁରୀ ପୁଲିସ କହିଛି, ବିଗତ ୧୫ ଦିନ ମଧ୍ୟରେ ପୁରୀର ବିଭିନ୍ନ ଥାନା ଅଞ୍ଚଳରେ ଏକାଧିକ ଲୁଟ୍ ଘଟଣା ନେଇ ଅଭିଯୋଗ ହୋଇଥିଲା। ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଓ ତାଳବଣିଆ ଥାନା ଆଇଆଇସିଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ପୁଲିସ କହିଛି ଅଭିଯୁକ୍ତମାନଙ୍କ ଠାରୁ ୭ଟି ସୁନାଚେନ୍, ୩୦ଟି ମୁଦି, ଗୋଟିଏ ଡିଜିଟାଲ କ୍ୟାମେରା, ୩ଟି ସ୍ମାର୍ଟ ମୋବାଇଲ୍ ଫୋନ୍, ଗୋଟିଏ ପ୍ରିଣ୍ଟର, ଗୋଟିଏ ମନିଟର, ୨ଟି ସ୍କୃ ଡ୍ରାଇଭର  ଓ ୨ଟି ସ୍କୃ ବାର୍ ଜବତ ହୋଇଛି। ଅଭିଯୁକ୍ତ ବବି ଓ ପଞ୍ଚୁଙ୍କ ନାମରେ ତାଳବଣିଆ, ପେଣ୍ଠକଟା ସାମୁଦ୍ରିକ ଥାନା ଓ ନିମାପଡ଼ା ଥାନାରେ ୧୪ଟି ମାମଲ ରୁଜୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking