29.1 C
Bhubaneswar
Monday, February 2, 2026
Homeଦେଶ ବିଦେଶସିରିଜ୍ ଦୁର୍ଘଟଣାରେ ୪ ମୃତ

ସିରିଜ୍ ଦୁର୍ଘଟଣାରେ ୪ ମୃତ

ମଥୁରା: ମଥୁରାରେ ଭୟଙ୍କର ସିରିଜ୍ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛିି। ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି। ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ। ମଥୁରାରେ ଘନ କୁହୁଡି ଯୋଗୁଁ ଯମୁନା ଏକ୍ସପ୍ରେସ୍‌ୱେରେ ସାତଟି ବସ୍ ଏବଂ ଦୁଇଟି କାର ଧକ୍କା ହୋଇଛି। ଧକ୍କା ପରେ ୫ଟି ବସ୍ ଏବଂ ୨ଟି କାର୍‌ରେ ନିଆଁ ଲାଗିଯାଇଥିଲା। ସୂଚନାରୁ ପ୍ରକାଶ ଦୁର୍ଘଟଣାଟି ଆଜି ଭୋର ୪:୦୦ଟା ସମୟରେ ବଳଦେବ ପୋଲିସ ଷ୍ଟେସନ ଅଞ୍ଚଳର ମଲ୍ ଷ୍ଟୋନ୍ ୧୨୭ରେ ଘଟିଥିଲା। ଖବର ପାଇ ତୁରନ୍ତ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ହସ୍ପିଟାଲ ପଠାଇଥିଲେ। ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking