27.1 C
Bhubaneswar
Tuesday, March 31, 2026
Homeଓଡିଶାଅଜଣା ପ୍ରାଣୀ ଆକ୍ରମଣରେ ୪ ଆହତ

ଅଜଣା ପ୍ରାଣୀ ଆକ୍ରମଣରେ ୪ ଆହତ

ବାରଙ୍ଗା: ବାରଙ୍ଗାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏକ ଅଜଣା ପ୍ରାଣୀ ନରାଜର ସ୍ଥାନୀୟ ଲୋକଙ୍କୁ ଆତଙ୍କିତ କରିଦେଇଛି। କଟକର କାଠଯୋଡି ନଦୀ ନିକଟରେ ଗାଧୋଇବା କିମ୍ବା ଯିବା ସମୟରେ ସ୍ଥାନୀୟ ଲୋକଙ୍କୁ ଆକ୍ରମଣ କରୁଛି ଏହି ଅଜଣା ପ୍ରାଣୀ। ସୂଚନା ଅନୁଯାୟୀ, କଟକ ଜିଲ୍ଲାର ନରାଜ ନିକଟସ୍ଥ କାଠଯୋଡି ନଦୀରେ ଏକ ଅଜଣା ଜୀବ ସେମାନଙ୍କୁ ଆହତ କରୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଜୀବର ଆକ୍ରମଣ ପରେ ଏପର୍ଯ୍ୟନ୍ତ ଚାରି ଜଣ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି।

ରବିବାର ଦିନ ଦୁଇଜଣଙ୍କୁ ଏହି ପ୍ରାଣୀ ଆକ୍ରମଣ କରିଥିବା ବେଳେ ଆଜି ଜଣେ ମହିଳା ଏବଂ ଜଣେ ଶିଶୁ ଏହି ପ୍ରାଣୀର ଆକ୍ରମଣର ଶିକାର ହୋଇଛନ୍ତି। ଅଜଣା ପ୍ରାଣୀର ଆତଙ୍କରେ ପାଖ ଗାଁ ଲୋକେ ମଧ୍ୟ ଭୟଭୀତ। ଫଳସ୍ୱରୂପ ଗାଁ ଲୋକମାନେ ନଦୀକୁ ଯିବାରୁ ନିଜକୁ ନିବୃତ୍ତ ରଖିଛନ୍ତି। ସନ୍ଧ୍ୟା ହେବା ମାତ୍ରେ ଗାଧୋଇବା କିମ୍ବା ପୋଷାକ ସଫା କରିବା ତ ଦୂରର କଥା, ଲୋକମାନେ କାଠଯୋଡି ନଦୀ ନିକଟରେ ବୁଲିବାକୁ ମଧ୍ୟ ଭୟ କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking