25.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶଗାଧୋଉଥିବା ବେଳେ ନଦୀରେ ବୁଡ଼ିଯାଇ ୪ଜଣ ବାଳିକାଙ୍କ ମୃତ୍ୟୁ

ଗାଧୋଉଥିବା ବେଳେ ନଦୀରେ ବୁଡ଼ିଯାଇ ୪ଜଣ ବାଳିକାଙ୍କ ମୃତ୍ୟୁ

ଆଗ୍ରା: ମଙ୍ଗଳବାର ଉତ୍ତରପ୍ରଦେଶର ଆଗ୍ରାର ଯମୁନା ନଦୀରେ ଏକ ବଡ଼ଧରଣର ଅଘଟଣ ଘଟି ଯାଇଛି। ପ୍ରବଳ ଗରମ ହେତୁ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିବା ଚାରିଜଣ ବାଳିକା ବୁଡ଼ି ଯାଇଥିବା ବେଳେ ଦୁଇଜଣଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଦୁର୍ଘଟଣାର ସୂଚନା ପାଇବା ପରେ ଡିଏମ, ପୁଲିସ ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁର୍ଘଟଣାରୁ ଉଦ୍ଧାର କରାଯାଇଥିବା ଦୁଇଜଣ ବାଳିକାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚିକିତ୍ସା ପରେ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ମଙ୍ଗଳବାର ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ୬ଜଣ ବାଳିକା ଆଗ୍ରାର ସିକନ୍ଦରା ଥାନା ଅଞ୍ଚଳର ନାଗଲା ନାଥୁ ନିକଟରେ ଯମୁନା ନଦୀକୁ ଗାଧୋଇବାକୁ ଯାଇଥିଲେ। ଏମାନଙ୍କ ମଧ୍ୟରେ ମୁସ୍କାନ, ତାଙ୍କ ସାନ ଭଉଣୀ ସନ୍ଧ୍ୟା, ଦିବ୍ୟା, ସମ୍ପର୍କୀୟ ନୈନା, ମାଉସୀ ଝିଅ ଭଉଣୀ ସୋନମ, ସୁହାନି ସାମିଲ ଥିଲେ। ମୁସ୍କାନଙ୍କ ସମ୍ପର୍କୀୟ ଭାଇ ଦୀପେଶ ମଧ୍ୟ ଭଉଣୀମାନଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking