33.2 C
Bhubaneswar
Monday, June 23, 2025
Homeଦେଶ ବିଦେଶକାର୍‌ ଭିତରେ ଶ୍ଵାସରୁଦ୍ଧ ହୋଇ ୪ ଶିଶୁ ମୃତ

କାର୍‌ ଭିତରେ ଶ୍ଵାସରୁଦ୍ଧ ହୋଇ ୪ ଶିଶୁ ମୃତ

ବିଜୟନଗରମ୍ : ଆନ୍ଧ୍ରପ୍ରଦେଶ ବିଜୟନଗରମ୍ ଦ୍ଵାରପୁଡି ଗାଁରେ ଅଘଟଣ। ଏକ କାର୍ ଭିତରେ ଶ୍ଵାସରୁଦ୍ଧ ହୋଇ ୪ ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପୁଅ ଏବଂ ୩ ଜଣ ଝିଅ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ପିଲାମାନେ ଘର ବାହାରେ ଖେଳୁଥିବା ସମୟରେ ପାଖରେ ଠିଆ ହୋଇଥିବା କାର ଭିତରେ ପ୍ରବେଶ କରିଥିଲେ।

କବାଟ ଗୁଡ଼ିକ ବନ୍ଦ ହୋଇ ପଡିବାରୁ ପିଲାମାନେ ସେଗୁଡ଼ିକୁ ଖୋଲିପାରି ନଥିଲେ । ଶ୍ବାସରୁଦ୍ଧ ହୋଇ ଗାଡ଼ି ଭିତରେ ଛଟପଟ ହେଉଥିଲେ । ପିଲାମାନେ ନିଖୋଜ ଥିବା ଜାଣିବା ପରେ, ପରିବାର ଲୋକେ ସେଠାରେ ଖୋଜାଖୋଜି କରିଥିଲେ । ଏବଂ ଗାଡ଼ି ଭିତରେ ସେମାନଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ। ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଦିଗରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking