29.1 C
Bhubaneswar
Tuesday, June 10, 2025
Homeଓଡିଶାନିର୍ଯାତନା ଅଭିଯୋଗରେ ପୂର୍ବତନ ଅଧୀକ୍ଷକ ରାଜେନ୍ଦ୍ର ନିଲମ୍ବିତ

ନିର୍ଯାତନା ଅଭିଯୋଗରେ ପୂର୍ବତନ ଅଧୀକ୍ଷକ ରାଜେନ୍ଦ୍ର ନିଲମ୍ବିତ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଅନ୍ୱେଷା ଛାତ୍ରାବାସ ପରିସରରେ ଆଦିବାସୀ ନାବାଳିକା ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ପୂର୍ବତନ ଅଧୀକ୍ଷକ ରାଜେନ୍ଦ୍ର ସାହୁ ନିଲମ୍ବିତ ହୋଇଥିବାର ସୂଚନା ମିଳିଛି। ତାଙ୍କୁ ଗଜପତି ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ସୂଚନାଯୋଗ୍ୟ, ଆଦିବାସୀ ନାବାଳିକା ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ ଆସିବା ପରେ ଅନ୍ୱେଷା ଛାତ୍ରାବାସ ଅଧୀକ୍ଷକ ରାଜେନ୍ଦ୍ର ସାହୁଙ୍କୁ ଗତ ୪ତାରିଖରେ ଆବରସିଂ ଆଶ୍ରମ ବିଦ୍ୟାଳୟକୁ ବଦଳି କରାଯାଇଥିଲା।ପୁଣି ୭ତାରିଖରେ ବଦଳି ଆଦେଶରେ ପରିବର୍ତ୍ତନ କରାଯାଇ ବାପନବୁଡ଼ି ସେବାଶ୍ରମକୁ ପଠାଯାଇଥିଲା।ରାଜେନ୍ଦ୍ର ଅନ୍ତେବାସୀଙ୍କୁ ଶାରୀରିକ ଏବଂ ଯୌନ ନିର୍ଯାତନା ଦେଉଥିବା ତଦନ୍ତ ସମୟରେ ଜାଣିବାକୁ ପାଇଛି ତଦନ୍ତ କମିଟି। ତଦନ୍ତ କମିଟିର ରିପୋର୍ଟ ଆଧାରରେ ରାଜେନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି। ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଅନ୍ୱେଷା ଛାତ୍ରାବାସ ସୁପରିଣ୍ଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁ ଅନ୍ତେବାସୀଙ୍କୁ ନିର୍ଯାତନା ଦେଉଛନ୍ତି। ଏନେଇ କେତେକ ଅଭିଭାବକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି ଉତ୍ପୀଡ଼ନର ଘଟଣାଗୁଡ଼ିକ ଅନ୍ୱେଷା ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ତଥା ଝିଅମାନଙ୍କ ପାଇଁ ଏକ ପ୍ରତିକୂଳ ପରିବେଶ ସୃଷ୍ଟି କରିଛି। ଅଧୀକ୍ଷକଙ୍କ ଆଚରଣ ଏମାନଙ୍କୁ ଭୟଭୀତ କରିଛି ଏବଂ ଅନେକ ଝିଅ ଅପମାନଜନକ ମନ୍ତବ୍ୟ ଏବଂ କାର୍ଯ୍ୟର ସମ୍ମୁଖୀନ ହୋଇଛନ୍ତି। ତେଣୁ ଏହି ହଷ୍ଟେଲ୍ ର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ  ଘଟଣାର ନିରପେକ୍ଷ ତଦନ୍ତ କରାଯିବା, ପୀଡିତାମାନଙ୍କୁ ସୁରକ୍ଷା ଏବଂ ପରାମର୍ଶ ଦେବା, ଆଇନ ଅନୁଯାୟୀ ଅଧୀକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଥିଲେ। ଏନେଇ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ କହିଥିଲେ ଯେ ତଦନ୍ତରେ ବାଧା ନଉପୁଜୁ, ସେଥି ନିମନ୍ତେ ଅନ୍ୱେଷା ଛାତ୍ରାବାସ ଅଧୀକ୍ଷକ ରାଜେନ୍ଦ୍ର ସାହୁଙ୍କୁ ବଦଳି କରାଯାଇଛି। ଉଲ୍ଲେଖଯୋଗ୍ୟ, ଅନ୍ୱେଷା ଛାତ୍ରାବାସ ଅଧୀକ୍ଷକଙ୍କ ଦ୍ୱାରା ନିର୍ଯାତନା ସମ୍ପର୍କରେ ଅଭିଯୋଗ ଗତ କିଛିଦିନ ହେଲା ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଥିଲା। ସମାଜସେବୀ ମୋଜେସ ଦଳବେହେରା ଚଳିତ ମାସ ପହିଲା ଦିନ ଏପରି ଏକ ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ମାମଲାକୁ ନେଇ ଜିଲ୍ଲାପାଳ ତଦନ୍ତ କରାଇଥିଲେ। ଅଭିଯୋଗ ଅନୁଯାୟୀ, ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଅନ୍ୱେଷା ଛାତ୍ରାବାସ ସୁପରିଣ୍ଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁ ଅନ୍ତେବାସୀଙ୍କୁ ନିର୍ଯାତନା ଦେଉଛନ୍ତି। ଏନେଇ କେତେକ ଅଭିଭାବକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି ଉତ୍ପୀଡ଼ନର ଘଟଣାଗୁଡ଼ିକ ଅନ୍ୱେଷା ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ତଥା ଝିଅମାନଙ୍କ ପାଇଁ ଏକ ପ୍ରତିକୂଳ ପରିବେଶ ସୃଷ୍ଟି କରିଛି। ଅଧୀକ୍ଷକଙ୍କ ଆଚରଣ ଏମାନଙ୍କୁ ଭୟଭୀତ କରିଛି ଏବଂ ଅନେକ ଝିଅ ଅପମାନଜନକ ମନ୍ତବ୍ୟ ଏବଂ କାର୍ଯ୍ୟର ସମ୍ମୁଖୀନ ହୋଇଛନ୍ତି। ତେଣୁ ଏହି ହଷ୍ଟେଲ୍ ର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ  ଘଟଣାର ନିରପେକ୍ଷ ତଦନ୍ତ କରାଯିବା, ପୀଡିତାମାନଙ୍କୁ ସୁରକ୍ଷା ଏବଂ ପରାମର୍ଶ ଦେବା, ଆଇନ ଅନୁଯାୟୀ ଅଧୀକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଥିଲେ। ଏନେଇ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ କହିଥିଲେ ଯେ ତଦନ୍ତରେ ବାଧା ନଉପୁଜୁ, ସେଥି ନିମନ୍ତେ ଅନ୍ୱେଷା ଛାତ୍ରାବାସ ଅଧୀକ୍ଷକ ରାଜେନ୍ଦ୍ର ସାହୁଙ୍କୁ ବଦଳି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking