ମାଲକାନଗିରି: ମାଲକାନଗିରିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମାଲକାନଗିରିର ପୂର୍ବତନ ସରପଞ୍ଚଙ୍କ ଗଳା କାଟି ହତ୍ୟା କରାଯାଇଛି । ଛତିଶଗଡର ବିଜାପୁରରେ ମାଓବଦୀ ଘଟାଇଛନ୍ତି ଏହି ବର୍ବରକାଣ୍ଡ । ଏହି ଘଟଣାଟି ମୋଦକାପାଲ ଥାନା ଚିନ୍ନାକୋଡେପାଲ ଗାଁର ଘଟଣା । ଘରୁ ଡାକି ନେଇ ବିଜୟ ଜୱାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳିଛି । ହତ୍ୟା ପରେ ଗାଁ ମୁଣ୍ଡରେ ଶବ ଫୋପାଡିଲେ ମାଓବାଦୀ । ଘଟଣା ପରେ ଅଞ୍ଚଳରେ ଭୟର ଛାୟା ଖେଲିଯାଇଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି ।










