32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ପରଲୋକ

ନୂଆଦିଲ୍ଲୀ: ଆରପାରିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂହ । ଗୁରୁବାର ଦିଲ୍ଲୀ ଏମ୍ସରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ସ୍ୱାସ୍ଥ୍ୟାବସ୍ଥା ହଠାତ୍ ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀ ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ୯୨ ବର୍ଷରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମନମୋହନ ସିଂହଙ୍କ ବିୟୋଗ ନେଇ ପ୍ରଥମେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ଇନ୍‌ଷ୍ଟା ପୋଷ୍ଟ କରି ସୂଚନା ଦେଇଥିଲେ। ପରେ ପୋଷ୍ଟକୁ ହଟାଇ ଦିଆଯାଇଥିଲା। ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ବେଲାଗାଭିରୁ ଦିଲ୍ଲୀ ଫେରୁଛନ୍ତି। ସେପଟେ ଆସନ୍ତାକାଲି ବେଲାଗାଭିରେ ଆୟୋଜିତ ହେବାକୁ ଥିବା ରାଲିକୁ ମଧ୍ୟ କଂଗ୍ରେସ ବାତିଲ କରିଛି। ଭାରତୀୟ ଅର୍ଥନୀତିର ତ୍ରାଣ କର୍ତ୍ତା କୁହାଯାଉଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ୧୦ ବର୍ଷ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଚଳିତ ବର୍ଷ ସେ ରାଜ୍ୟସଭାରୁ ଅବସର ନେଇଥିଲେ। ଆଜିଠାରୁ ୩୩ ବର୍ଷ ତଳେ ୧୯୯୧ ମସିହାରେ ମନମୋହନ ସିଂହ ରାଜ୍ୟସଭା ସାଂସଦ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ରାଜ୍ୟସଭାରେ ୪ ମାସ ରହିବା ପରେ ସେହି ବର୍ଷ ଜୁନ ମାସରେ ସେ ପିଭି ନରସିହ୍ମା ରାଓଙ୍କ ସରକାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୋଇଥିଲେ। ଏକ ଅପରିପକ୍ୱ ଏକାଡେମିକ୍ ରେକର୍ଡରୁ ଆରମ୍ଭ – ଉଭୟ ବିଏ, ଏବଂ ଗଇ ରେ ପଞ୍ଜାବ ବିଶ୍ୱବିଦ୍ୟାଳୟକୁ ଶୀର୍ଷରେ ରଖିବା, କେମ୍ବ୍ରିଜକୁ ଯିବା ଏବଂ ଶେଷରେ ଅକ୍ସଫୋର୍ଡରୁ ଡି ଫିଲ୍ ପାଇବା – ସିଂ ଭାରତକୁ ଘରୋଇକରଣ ଏବଂ ଜଗତୀକରଣକୁ ନେଇଗଲେ ।

ରାଜନୈତିକ କ୍ଷେତ୍ରରେ ବେଶ ସଫଳ ହୋଇଥିବା ମନମୋହନ ସିଂହ ଶିକ୍ଷା କ୍ଷେତ୍ରରେ ମଧ୍ୟ ଖୁବ୍ ମେଧାବୀ ଥିଲେ। ପଞ୍ଜାବ ବିଶ୍ୱ ବିଦ୍ୟାଳୟରୁ ଉଭୟ ବିଏ ଓ ଏମ୍‌ଏର ଟପର ହୋଇଥିଲେ ମନମୋହନ। ଏହାପରେ କ୍ୟାମ୍ବ୍ରିଜ୍ ୟୁନିଭର୍ସିଟିରେ ପାଠ ପଢ଼ିଥିଲେ। ଏବଂ ପରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟିରେ ଡି ଫିଲ୍ କରିଥିଲେ। ଭାରତର ଅର୍ଥନୀତିରେ ଉଦାରୀକରଣ ନୀତି ଆଣି ଘରୋଇ କରଣ କରିବା ଓ ଗ୍ଲୋବାଲାଇଜେସନ କରିବାରେ ମନମୋହନ ସିଂହ ପ୍ରମୁଖ ଭୂମିକା ରହିଛି। ମନମୋହନ ସିଂହଙ୍କ କଠିନ୍ନ ପରିଶ୍ରମ ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ତାରିଫ କରି ସାରିଛନ୍ତି। ସଂସଦରେ ମନମୋହନ ସିଂହ ଦେଇଥିବା ତାଙ୍କ ଶେଷ ଭାଷଣରେ ମୋଦୀ ସରକାରଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରୀକରଣକୁ ସମାଲୋଚନା କରିଥିଲେ। ଏହା ସଂଗଠିତ ଓ ଆଇନଗତ ଏକ ଲୁଟ୍ ବୋଲି ସେ କହିଥିଲେ। ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ସେ ଲୋକସଭା ନିର୍ବାଚନ ଜିତି ନାହାନ୍ତି। ଗୋଟିଏ ଦଶନ୍ଧିରୁ ଅଧିକ ସହ ରାଜ୍ୟସଭାର ସଦସ୍ୟ ଭାବେ କାମ କରି ଆସିଥିବା ଶ୍ରୀ ସିଂହ ଚଳିତ ବର୍ଷ ଏପ୍ରିଲରେ ଅବସର ନେଇଥିଲେ। ଦୀର୍ଘଦିନ ହେଲା ସେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ମଧ୍ୟଗ ଗତି କରୁଥିଲେ। ଆଜି ଅବସ୍ଥା ସାଂଘାତିକ ହେବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking