25.1 C
Bhubaneswar
Friday, October 25, 2024
Homeଓଡିଶାପରଲୋକରେ ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ

ପରଲୋକରେ ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ

ଝାରସୁଗୁଡ଼ା: ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା l ଝାରସୁଗୁଡା ଜିଲ୍ଲା ବାଘମୁଣ୍ଡା ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି l ପୂର୍ବତନ ବିଧାୟକ ମକରଧ୍ଵଜ ୧୯୨୪ ମସିହା ଜାନୁଆରୀ ୧୪ ତାରିଖରେ ଜନ୍ମଗ୍ରହଣ କରିଥିଲେ । ୧୯୫୨ ମସିହାରେ ଓଡିଶାର ପ୍ରଥମ ସାଧାରଣ ନିର୍ବାଚନରେ ମୁରା-ଅମ୍ବାଭନା ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଥିଲେ । ମକରଧ୍ବଜ ପ୍ରଧାନଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

ସ୍ୱାଧୀନ ଭାରତର ପ୍ରଥମ ନିର୍ବାଚନରେ ଓଡ଼ିଶାର ବିଧାୟକ ହେବାର ସୌଭାଗ୍ୟ ଲାଭ କରିଥିଲେ ମକରଧ୍ୱଜ ପ୍ରଧାନ । ୨୦୨୩ ଜାନୁଆରୀରେ ସେ ଶହେ ବର୍ଷରେ ପଦର୍ପଣ କରିଥିଲେ । ଶହେ ବର୍ଷରେ ପଦାର୍ପଣ ଅବସରରେ ଗାଁରେ ସେଲିବ୍ରେସନ ହୋଇଥିଲା । ବନ୍ଧୁବାନ୍ଧବ ଓ ପାଖ ପଡ଼ୋଶୀଙ୍କ ସହିତ ପରିବାର ଲୋକେ ଧୁମ୍‌ଧାମରେ ମକରଧ୍ୱଜଙ୍କ ଜନ୍ମଦିନ ପାଳିଥିଲେ । ଭୋଜିଭାତର ଆୟୋଜନ ବି ହୋଇଥିଲା । ମକରଧ୍ୱଜଙ୍କ ପ୍ରକୃତ ଗାଁ ରମ୍ପାଲୁଗା ହୀରାକୁଦର ପାଣିରେ ବୁଡ଼ି ଯାଇଛି । ମକରଧ୍ୱଜଙ୍କ ୫ ପୁଅ, ୬ ଝିଅ ଅଛନ୍ତି ।

୧୯୫୨ ମସିହା ମାର୍ଚ୍ଚରେ ହୋଇଥିଲା ସ୍ବାଧୀନ ଭାରତର ପ୍ରଥମ ନିର୍ବାଚନ। ସେତେବେଳେ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଅମ୍ବାଭନା-ମୁରା ନିର୍ବାଚନମଣ୍ଡଳୀରୁ ଜିତି ବିଧାୟକ ହୋଇଥିଲେ ମକରଧ୍ୱଜ। ଭୋଟ୍ କଥା କଥା ମନେ ପକାଇ ସେ କହିଥିଲେ, ସେତେବେଳେ ସାଇକେଲରେ ପ୍ରଚାର କରାଯାଉଥିଲା । ଅର୍ଥବଳ କି ବାହୁବଳ ନୁହେଁ, ବ୍ୟକ୍ତିଗତ ସଂପର୍କ ହିଁ ନିର୍ବାଚନ ଜିତାଉଥିଲା । ସୋସିଆଲିଷ୍ଟ ପାର୍ଟିରୁ ପ୍ରାର୍ଥୀ ହୋଇ ନିର୍ବାଚନରେ ୮୫୦ ଟଙ୍କା ଖର୍ଚ୍ଚ କରିଥିଲେ ମକରଧ୍ୱଜ। ସେ ପାଇଥିଲେ ୩ ହଜାର ୫୦ ଖଣ୍ଡ ଭୋଟ । ଆଉ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ୫୦ଟି ଭୋଟ୍ କମ୍ ପାଇଥିଲେ । କିନ୍ତୁ ଆଜି ସେହି ଶତାୟୁ ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ ସମସ୍ତଙ୍କୁ ପର କରି ଆରପାରିକୁ ଚାଲିଯାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking