33.3 C
Bhubaneswar
Friday, June 13, 2025
Homeଅପରାଧପୂର୍ବତନ ମନ୍ତ୍ରୀଙ୍କ ବାପାଙ୍କୁ ଛୁରି ଭୁଷି ହତ୍ୟା; ଘରୁ ମିଳିଲା କ୍ଷତ ବିକ୍ଷତ ମୃତଦେହ

ପୂର୍ବତନ ମନ୍ତ୍ରୀଙ୍କ ବାପାଙ୍କୁ ଛୁରି ଭୁଷି ହତ୍ୟା; ଘରୁ ମିଳିଲା କ୍ଷତ ବିକ୍ଷତ ମୃତଦେହ

ପାଟନା: ମଙ୍ଗଳବାର ବିକାଶଶୀଳ ଇନସାନ୍ ପାର୍ଟି (ଭିଆଇପି)ର ମୁଖ୍ୟ ତଥା ବିହାର ସରକାରରେ ପୂର୍ବରୁ ମନ୍ତ୍ରୀ ଥିବା ମୁକେଶ ସାହାଣୀଙ୍କ ୬୫ ବର୍ଷୀୟ ବାପା ଜୀତନ ସାହାଣୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ତେବେ ପ୍ରାଥମିକ ତଦନ୍ତରୁ ଚୋର ଚୋରି କରିବାକୁ ଆସି ଜୀତନ୍‌ଙ୍କୁ ହତ୍ୟା କରିଥିବା ପୁଲିସ୍ ଅନୁମାନ ଲଗାଇଥିଲେ ମଧ୍ୟ ଏହା ପଛରେ ରାଜନୈତିକ ଶତ୍ରୁତାଜନିତ ସନ୍ଦେହକୁ ମଧ୍ୟ ପୁଲିସ ପ୍ରତ୍ୟାଖାନ କରିପାରିନାହିଁ । ଏହି ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିବା ବିହାର ପୁଲିସ୍ ଅନୁସାରେ କ୍ଷତବିକ୍ଷତ ଅବସ୍ଥାରେ ଜୀତନଙ୍କ ଶବ ଘରୁ ଉଦ୍ଧାର କରାଯାଇଛି । ଅତି ନିର୍ମମ ଭାବେ ବାରମ୍ବାର ଛୁରାଘାତ ଦ୍ୱାରା ତାଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ୍ ଦର୍ଶାଇଛି ।
ପ୍ରକାଶ, ମୁକେଶ ସାହାଣୀଙ୍କ ଦରଭଙ୍ଗା ସ୍ଥିତ ଘରେ ତାଙ୍କ ବାପା ଜୀତନ ସାହାଣୀଙ୍କ ସେବା କରିବା ପାଇଁ ଘରେ ୨ରୁ ୩ ଜଣ ଚାକର ଏବଂ ଡ୍ରାଇଭର ରହିଥାନ୍ତି । ମୁକେଶ ନିଜ ପତ୍ନୀ ଓ ପିଲାମାନଙ୍କ ସହ ଅନ୍ୟତ୍ର ରୁହନ୍ତି । ସୁତରାଂ ଜୀତନ୍‌ଙ୍କ ହତ୍ୟାକାଣ୍ଡ ପଛରେ ଚାକର କିମ୍ବା ଡ୍ରାଇଭର ଏହି ଘଟଣାରେ ସମ୍ପୃକ୍ତ ଥାଇପାରନ୍ତି ବୋଲି ପୁଲିସ୍ ସନ୍ଦେହ କରୁଛି । ଫଳରେ ପୁଲିସ୍ ଏବେ ଘରର ସମସ୍ତ ସହାୟକ ତଥା ଚାକରପୂଜାରୀଙ୍କୁ ଜେରା କରିବା ଆରମ୍ଭ କରିଛି । ଏତଦ୍‌ବ୍ୟତୀତ ଚୋରି କରିବା ପାଇଁ ଆସିଥିବା ଦୁର୍ବୃତ୍ତ ମଧ୍ୟ ଏପରି ହତ୍ୟାକାଣ୍ଡ ଘଟାଇଥାଇପାରନ୍ତି ବୋଲି ପୁଲିସ୍ ଅନୁମାନ ଲଗାଇଛି । ତେବେ ଘଟଣାସ୍ଥଳରେ ପୁଲିସ୍ ଛାନବିନ୍ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ହତ୍ୟାକାଣ୍ଡର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନି । ମଙ୍ଗଳବାର ସକାଳେ ଘରେ ମୃତଦେହ ମିଳିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ରିପୋର୍ଟ ଲେଖା ହେବା ବେଳକୁ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ରହିଥିବା ଜଣାପଡିଛି । ଭିଆଇପି ଦଳ ଓ ମୁକେଶ ସାହାଣୀଙ୍କ ପକ୍ଷରୁ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ସାଙ୍ଗକୁ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking