29.1 C
Bhubaneswar
Friday, February 6, 2026
Homeଓଡିଶାହୋମଗାର୍ଡଙ୍କୁ ପ୍ରେମ କରି ସସପେଣ୍ଡ ହେଲେ ପୂର୍ବତନ ଆଇଆଇସି

ହୋମଗାର୍ଡଙ୍କୁ ପ୍ରେମ କରି ସସପେଣ୍ଡ ହେଲେ ପୂର୍ବତନ ଆଇଆଇସି

ଜଗତସିଂହପୁର : ଜଗତସିଂହପୁର କୁଜଙ୍ଗର ପୂର୍ବତନ ଆଇଆଇସି ତପନ ନାହାକ ସସପେଣ୍ଡ ହୋଇଛନ୍ତି । ମହିଳା ହୋମଗାର୍ଡଙ୍କ ଅଭିଯୋଗ ଆଧାରରେ ଆଇଆଇସି ନିଲମ୍ବିତ ହୋଇଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ଥିଲା । ଅବିବାହିତ ମହିଳା ହୋମଗାର୍ଡଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ପୁଲିସ ଅଧିକାରୀ ଜଣକ ପୂର୍ବରୁ ବିବାହିତ ଏବଂ ତାଙ୍କର ପିଲାଛୁଆ ଅଛନ୍ତି। ସେ କିଛି ବର୍ଷ ପୂର୍ବେ ଜଗତସିଂହପୁର ଟାଉନ ପୁଲିସ ଷ୍ଟେସନରେ ଏଏସ୍‌ଆଇ ଭାବରେ ନିଯୁକ୍ତ ହୋଇଥିଲେ। ସେତେବେଳେ ହୋମଗାର୍ଡ ଜଣକ ରାଇଟର୍ ଭାବରେ କାର୍ଯ୍ୟ କରୁଥିଲେ। ଧୀରେ ଧୀରେ, ହୋମଗାର୍ଡ ସଂପୃକ୍ତ ପୁଲିସ ଅଧିକାରୀ ତପନ ନାହାକଙ୍କ ପ୍ରେମରେ ପଡ଼ିଗଲେ ଏବଂ ସେମାନଙ୍କ ସମ୍ପର୍କ ଗଭୀର ହେବା ସହିତ ଶାରୀରିକ ମଧ୍ୟ ହୋଇଥିଲା। କିନ୍ତୁ, କୁଜଙ୍ଗ ପୁଲିସ ଷ୍ଟେସନର ଆଇଆଇସି ଭାବରେ ବଦଳି ହେବା ପରେ ତପନ ନାହାକ ତାଙ୍କୁ ଏଡ଼ାଇ ଯିବା ଆରମ୍ଭ କରିଥିଲେ। ଜଗତସିଂହପୁର ପୁଲିସ ଷ୍ଟେସନରେ ଏକ ମାମଲା ନଂ ୧୧୭/୨୫ ରୁଜୁ କରାଯାଇଛି ଏବଂ ତଦନ୍ତ ଚାଲିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking