18.1 C
Bhubaneswar
Thursday, December 12, 2024
Homeଓଡିଶାଦକ୍ଷିଣ ଓଡିଶା ବିକାଶ ପାଇଁ ସରକାରଙ୍କ ଟାସ୍କ ଫୋର୍ସ ଗଠନ  

ଦକ୍ଷିଣ ଓଡିଶା ବିକାଶ ପାଇଁ ସରକାରଙ୍କ ଟାସ୍କ ଫୋର୍ସ ଗଠନ  

ଭୁବନେଶ୍ୱର: ଦକ୍ଷିଣ ଓଡିଶା ବିକାସ ପରିଷଦ ଗଠନ କରିବା ପାଇଁ  ରାଜ୍ୟ ସରକାର  ଏକ ଟାସ୍କ ଫୋର୍ସ  ଗଠନ କରିଛନ୍ତି । ସୋମବାର ଏନେଇ ବିଧାନସଭାରେ  ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ସୂଚନା ଦେଇଛନ୍ତି । ଟାସ୍କ ଫୋର୍ସ ସମ୍ପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ  ଗୃହରେ କହିଛନ୍ତି ,  ଓଡିଶାର ଦକ୍ଷିଣାଞ୍ଚଳର ବିକାଶ  ସହିତ  ବିକାଶ ପ୍ରକ୍ରିୟାରଏ  ସବୁ ବର୍ଗଙ୍କୁ  ଅନ୍ତର୍ଭୁକ୍ତ  କରିବା ପାଇଁ  ଦକ୍ଷିଣ ଓଡିଶା  ବିକାଶ ପରିଷଦ ଗୁରୁତ୍ୱପୁର୍ଣ ଭୁମିକା ଗ୍ରହଣ କରିବେ । ଏହି ବିକାଶ ପରିଷଦ କିପରି ଗଠିତ ହେବ , ଏଥିରେ କେଉଁ ଜିଲ୍ଲା ଓ ବ୍ଲକ ସାମିଲ ହେବ ଏବଂ ଏହାର ଢାଞ୍ଚାଓ କାୟ ପ୍ରଣାଳୀ  କଣ ରହିବ ସେ ସମ୍ପର୍କରେ ସୁଚିନ୍ତିତ  ମତାମତ ଦେବା ପାଇଁ  ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି ।  ଗଠନ ହେବାର ୩୦ ଦିନ ମଧ୍ୟରେ  ଏହି ଟାସ୍କଫୋର୍ସ ରିପୋର୍ଟ ଦାଖଲ କରିବେ ।  ସାମାଜିକ ସୁରକ୍ଷା ଓ  ଭିନ୍ନକ୍ଷମ  ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଛି । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସହ  ମୋଟ ୯ ଜଣ ସଦସ୍ୟ ଅଛନ୍ତି । ନବରଙ୍ଗପୁର, କନ୍ଧମାଳ ସାଂସଦଙ୍କ ସହ  ଦିଗପହଣ୍ଡି, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ପଟାଙ୍ଗୀ ବିଧାୟକ ଏଥିରେ ସଦସ୍ୟ ଅଛନ୍ତି । ଏହାସହିତ ୩ ଜଣ ପୂର୍ବତନ ଅଧିକାରୀ ମେମ୍ବର ମଧ୍ୟ ରହିଛନ୍ତି। ସେମାନେ ହେଲେ ଦକ୍ଷିଣ ଡିଭିଜନର ଆରଡିସି, କେନ୍ଦ୍ର ଡିଭିଜନର ଆରଡିସି ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking