17.1 C
Bhubaneswar
Thursday, December 18, 2025
Homeଦେଶ ବିଦେଶସ୍ୱଚ୍ଛ ପରୀକ୍ଷା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ସ୍ୱଚ୍ଛ ପରୀକ୍ଷା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ନୂଆଦିଲ୍ଲୀ : ପ୍ରଶ୍ନପତ୍ର ଲିକ୍ ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ପଦକ୍ଷେପ । ସ୍ୱଚ୍ଛ ପରୀକ୍ଷା ପରିଚାଳନା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିରେ ସୁଧାର ଆଣିବାକୁ କମିଟି ଗଠନ କରାଯାଇଛି । ୨ ମାସ ଭିତରେ ରିପୋର୍ଟ ଦେବ କମିଟି । ସ୍ୱଚ୍ଛ ପରୀକ୍ଷା ପାଇଁ ୭ ଜଣିଆ କମିଟି ଗଠିତ । ଇସ୍ରୋର ପୂର୍ବତନ ଅଧ୍ୟକ୍ଷ କେ.ରାଧାକ୍ରିଷ୍ଣନଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ସୂଚନା ଯୋଗ୍ୟ ଯେ, କେନ୍ଦ୍ର ସରକାର ଖୁବଶୀଘ୍ର ଏପରି ଏକ କମିଟି ଗଠନ କରିବାକୁ ଯାଉଥିବା ଗୁରୁବାର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଥିଲେ। ଆଜି ଶିକ୍ଷା ମନ୍ତ୍ରଣାଳୟ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ କରିଛି। କମିଟି ପକ୍ଷରୁ ଆସନ୍ତା ୨ ମାସ ମଧ୍ୟରେ ପରୀକ୍ଷା ପ୍ରକ୍ରିୟାର ସଂସ୍କାର ନେଇ ଗୋଟିଏ ରିପୋର୍ଟ ଶିକ୍ଷା ମନ୍ତ୍ରଣାଳୟରେ ଦାଖଲ କରାଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking