22.1 C
Bhubaneswar
Saturday, March 28, 2026
Homeଓଡିଶାନଭେମ୍ବର ୮ରୁ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ଫର୍ମ ପୂରଣ ଆରମ୍ଭ

ନଭେମ୍ବର ୮ରୁ ମଧ୍ୟମା ଓ ମୁକ୍ତ ବିଦ୍ୟାଳୟ ଫର୍ମ ପୂରଣ ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ଥିବା ମଧ୍ୟମା (ସଂସ୍କୃତ) ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ୨୦୨୫ ଦଶମ ବୋର୍ଡ ପରୀକ୍ଷା ନିମନ୍ତେ ଆସନ୍ତା ଶୁକ୍ରବାର (ନଭେମ୍ବର ୮)ରୁ ଫର୍ମ ପୂରଣ ଆରମ୍ଭ ହେବ। ଆଜି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ) ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ଉଭୟ ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ଛାତ୍ରଛାତ୍ରୀ ମାନେ ଚଳିତ ନଭେମ୍ବର ୮ରୁ ୧୮ ତାରିଖ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଏହା ନଭେମ୍ବର ୧୮ ତାରିଖ ଯାଏଁ ଚାଲିବ। ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଫର୍ମ ପୂରଣ କରିବାକୁ ଥିବା ବେଳେ ମଧ୍ୟମା ଛାତ୍ରଛାତ୍ରୀମାନେ ଅଫଲାଇନ ଜରିଆରେ ଫର୍ମ ପୂରଣ କରିବେ। ଫର୍ମ ପୂରଣ ସଂକ୍ରାନ୍ତ ସମସ୍ତ ତଥ୍ୟ ଓ ନିର୍ଦ୍ଦେଶାବଳୀ ମାଧ୍ୟମିକ ଶିକ୍ଷା ପରିଷଦର ୱେବସାଇଟ http://bseodisha.ac.in ରେ ଉପଲବ୍ଧ ହେଉଥିବା ବିଜ୍ଞପ୍ତିରେ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking