26.1 C
Bhubaneswar
Tuesday, March 3, 2026
Homeଓଡିଶାଭିଜିଲାନ୍ସ ଜାଲରେ ଫରେଷ୍ଟର ଗୌରାଙ୍ଗ ସାହୁ

ଭିଜିଲାନ୍ସ ଜାଲରେ ଫରେଷ୍ଟର ଗୌରାଙ୍ଗ ସାହୁ

ଝାରସୁଗୁଡା: ଝାରସୁଗୁଡା ବନଖଣ୍ଡ ଅନ୍ତର୍ଗତ ବ୍ରଜରାଜନଗର ରେଞ୍ଜ ବନ୍ଧବାହାଲ ସେକ୍ସନର ଫରେଷ୍ଟର ଗୌରାଙ୍ଗ ସାହୁ ହୋଇଛନ୍ତି। ଜଣେ ଲୋକଙ୍କଠାରୁ ଗୌରାଙ୍ଗ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।ଘଟଣା ଅନୁଯାୟୀ, ବାନ୍ଧାହାଲ ସେକ୍ସନର ଫରେଷ୍ଟର ଜଣେ ବ୍ୟକ୍ତିଙ୍କଠାରୁ ଶୁଖିଲା ଇଉକାଲ୍‌ ପଟାସ ଗଛ କାଟିବା ଓ ପରିବହନ ପାଇଁ ଲାଞ୍ଚ ମାଗିଥିଲେ। ଉକ୍ତ ବ୍ୟକ୍ତି ଆଗରୁ ଭିଜିଲାନ୍ସକୁ ସୂଚନା ଦେଇ ସାରି ଶୁକ୍ରବାର ଫରେଷ୍ଟର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟ ପରିସରରେ ୫ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ମାଡ଼ିବସିଥିଲା। ଫଳରେ ସାହୁ ଫେରାର ମାରିବା ପାଇଁ ଚେଷ୍ଟା କରୁଥିବା ବେଳେ ଭିଜିଲାନ୍ସ ସାହୁଙ୍କୁ କାବୁ କରି ନେଇଥିଲେ। ଏହା ସହିତ ରାଉରକେଲାଠାରୁ ଆସିଥିବା ଭିଜିଲାନ୍ସ ଟିମ୍‌ ରେ ଏକ ମାମଲା ରୁଜୁ କରି ଫରେଷ୍ଟର ଗୌରାଙ୍ଗ ସାହୁଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟକୁ ଚାଲାଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking