ଯାଜପୁର : ଯୁଗ ସ୍ରଷ୍ଟା ଶୋଭାନିୟ ଶିକ୍ଷାଶ୍ରମରେ ଜିଲ୍ଲା ପରିବେଶ ସମିତି ଆନୁକୂଲ୍ୟରର ୭୫ ତମ ବନ ମହୋତ୍ସଵ ସପ୍ତାହ ପାଳନ ଉକ୍ତ ଆଶ୍ରମର ଅଧକ୍ଷା ଓ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଧେସିକା ଡଃ ଅରୁନ୍ଧତୀ ଦେବିଙ୍କ ସଭାପତିତ୍ୱରେ ପାଳନ ହୋଇ ଯାଇ ଅଛି l ସାହସପୁର ମହାବିଦ୍ୟାଳୟର ପ୍ରାକ୍ତନ ପ୍ରାଧ୍ୟାପିକା ପ୍ରିୟମ୍ବଦା ମହାନ୍ତି, ରାଜ୍ୟ ପ୍ରଦୂର୍ଷଣ ନିୟନ୍ତ୍ରଣ ପରିଷଦର ଉପ ପରିବେଶ ଯନ୍ତ୍ରୀ ଶ୍ରୀଯୁକ୍ତ ମହେଶ୍ୱର ବେହେରା ମୁଖ୍ୟ ବକ୍ତା ଓ ମୁଖ୍ୟ ଅତିଥି ରୂପେ ଯୋଗଦେଇ ବନ ମହୋତ୍ସଵ ସପ୍ତାହ ପାଳନ ଓ ପରିବେଶ ସୁରକ୍ଷା ସମ୍ବନ୍ଧରେ ଆଲୋକ ପାତ କରିଥିଲେ l ବରୀ ବ୍ଲକର ସହ ଇଦ୍ୟାନ ବିତ ଶୁଭଶ୍ରୀ ଶୁଭଦର୍ଶିନୀ , ମୁଗୁପାଳ ସରକାରୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବିଷ୍ଣୁ ଚରଣ ସାହୁ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଡଃ ମହେଶ୍ୱର ଜେନା ସାମନ୍ତ ସଂମ୍ମାନିତ ଅତିଥି ରୂପେ ଯୋଗଦେଇ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରିଥିଲେ l ସମିତିର ସମ୍ପାଦକ ଡଃ ଶରତ କୁମାର ସାହୁ ବନ ମହୋତ୍ସଵ ସପ୍ତାହ ପାଳନ ଓ ପରିବେଶ ସୁରକ୍ଷାର ଉଦେଶ୍ୟ ଓ ଆମର କର୍ତ୍ତବ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ l ପ୍ରାତଃ ସମୟରେ ସ୍ଥାନୀୟ ନିକଟତମ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମlନେ ତର୍କ, ପ୍ରବନ୍ଧ ଓ ଚିତ୍ରlଙ୍କନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ ଓ କୃତି ପ୍ରତିଯୋଗୀମାନେ ଅତିଥିମାନଙ୍କ ଦ୍ୱାରା ପ୍ରମାଣ ପତ୍ର ଓ ଟ୍ରଫି ଦ୍ୱାରା ପୁରକୃତ ହୋଇଥିଲେ l ଉକ୍ତ ଆଶ୍ରମର ଛାତ୍ରୀମାନେ ଉଦ୍ଘାଟନୀ ନୃତ୍ୟ ସଂଗୀତ ପରିବେଷଣ କରିଥିଲେ l ଆଶ୍ରମ ପରିସରରେ ବେଦ ଧ୍ୱନି, ଶଙ୍ଖ, ଘଣ୍ଟା, ହୁଳହୁଳି ଦ୍ୱନି ଓ ବୃକ୍ଷ ପୂଜନ ମନ୍ତ୍ର ରେ ବୃକ୍ଷ ପୂଜନ କରାଯାଇ ବୃକ୍ଷ ରୋପଣ କରାଯାଇ ଥିଲା l ଉପରିବେଶ ଯନ୍ତ୍ରୀ ମହେଶ୍ୱର ବେହେରା ଛାତ୍ର, ଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଅତିଥି ମାନଙ୍କୁ ସବୁଜ ପରିବେଶ ଶପଥ ପାଠ କରାଇଥିଲେ l ଶିକ୍ଷୟତ୍ରୀ ବରଦା ମହାନ୍ତି ଓ ଆଶ୍ରମର ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ବନ ମହୋତ୍ସବ ସପ୍ତାହ ପାଳନରେ ସହଯୋଗ କରିଥିଲେ l ଶେଷରେ ବରଦା ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ l










