17.1 C
Bhubaneswar
Saturday, February 14, 2026
Homeଓଡିଶାଜଙ୍ଗଲ ବିଭାଗର ଆର୍‌.ଏ.ସି.ପି. ଅଦାଲତ ଅନୁଷ୍ଠିତ

ଜଙ୍ଗଲ ବିଭାଗର ଆର୍‌.ଏ.ସି.ପି. ଅଦାଲତ ଅନୁଷ୍ଠିତ

ଭୁବନେଶ୍ୱର : ଆଜି ଅରଣ୍ୟ ଭବନ ସମ୍ମିଳନୀ କକ୍ଷରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଆର୍‌.ଏ.ସି.ପି ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ଅଦାଲତରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, ଓଡ଼ିଶା, ଆର୍‌ଏସିପି ଅଦାଲତ କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବେନ କୁମାର ପ୍ରଧାନ, ସ୍ୱତନ୍ତ୍ର ସଚିବ ଶ୍ରୀ ଧରମ ହାଂସଦା, ଅତିରିକ୍ତ ସଚିବ ଶ୍ରୀମତୀ ଉଷାରାଣୀ ଦାସ, ବରିଷ୍ଠ ପ୍ରଶାସନିକ ଅଧିକାରୀ ଶ୍ରୀମତୀ ସବିତା ମଲ୍ଲିକ ଅଦାଲତ କମିଟିର ସଦସ୍ୟ/ସଦସ୍ୟା ଓ ଯୁଗ୍ମ ସଚିବ ଶ୍ରୀ ଦିନକୃଷ୍ଣ କର କମିଟିର ସଦସ୍ୟ-ସଚିବ ଭାବେ ଯୋଗ ଦେଇଥିଲେ ।

ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ନିଜର ବକ୍ତବ୍ୟରେ ପ୍ରକାଶ କଲେ ଯେ, ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡ଼ିଶା ଏବଂ ମୁଖ୍ୟ ଶାସନ ସଚିବ, ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ଏହି ଆର୍‌ଏସିପି ଅଦାଲତ କମିଟି ବୈଠକ ଆହୂତ ହୋଇଛି । ଆର୍‌ଏସିପିରୁ ବଞ୍ଚିତ ସମସ୍ତ ଜଙ୍ଗଲ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଏବଂ କାର୍ଯ୍ୟରତ କର୍ମଚାରୀବୃନ୍ଦ ଏହି ଅଦାଲତରେ ଆବେଦନ କରି ନିଜ ନିଜର ନ୍ୟାୟୋଚିତ ପ୍ରାପ୍ୟ ପାଇପାରିବେ । ଆର୍‌ଏସିପି ଅଦାଲତ କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବେନ କୁମାର ପ୍ରଧାନ ସମ୍ୟକ ସୂଚନା ଦେଇ କହିଲେ ଯେ, ଆଜି ଏହି ଆର୍‌ଏସିପି (RACP) ଅଦାଲତ କମିଟିର ପ୍ରଥମ ବୈଠକ ।

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ କାର୍ଯ୍ୟରତ ସରକାରୀ କର୍ମଚାରୀମାନେ ଅଦାଲତଙ୍କର ବିନା ଦ୍ୱାରସ୍ଥ ହୋଇ କିଭଳି ତ୍ୱରିତ ବେଗରେ ସେମାନଙ୍କର ଉଚିତ ନ୍ୟାୟ ପାଇପାରିବେ ତାହା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ । ବିଭାଗ ତରଫରୁ ପ୍ରଦାନ କରାଯାଇଥିବା ଆବେଦନ ଫର୍ମଟିକୁ ପୂରଣ କରି ତତ୍‌ସହିତ ନିଜର ଅଭିଯୋଗର କାଗଜାତ୍‌ ସଂଲଗ୍ନ କରି କମିଟି ନିକଟରେ ପ୍ରଦାନ କରିବେ ଏବଂ ସେହି ଆବେଦନ ପତ୍ର ଆଧାରରେ ଏକ ମାସ ମଧ୍ୟରେ ଅଭିଯୋଗର ସମାଧାନ କରି ଜଣାଇବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଆଦେଶ ପ୍ରଦାନ କରିଥିଲେ । ଏହା ଦ୍ୱାରା ଆର୍‌ଏସିପିରୁ ବଞ୍ଚିତ ଆଉ କେହି ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବେ ନାହିଁ ଏବଂ ବିଭାଗର କେସ୍‌ ସଂଖ୍ୟା ମଧ୍ୟ କମିଯିବ । ସୂଚନାଯୋଗ୍ୟ ଯେ, ଅଦାଲତରେ ଆଜି ମୋଟ ୧୬୨ ଟି ଆବେଦନ ପତ୍ର ଗ୍ରହଣ କରାଯାଇଛି ଏବଂ ପୁନର୍ବାର ଫେବୃଆରୀ ୨୭ ତାରିଖରେ ଦ୍ଵିତୀୟ ବୈଠକ ଅନିଷ୍ଠିତ ହେବ । ଆଜି ଅନୁଗୁଳ, ବାରିପଦା, ବ୍ରହ୍ମପୁର, ଭବାନୀପାଟଣା ଏବଂ ସମସ୍ତ ମୁଖ୍ୟ ବନ ସଂରକ୍ଷକ (କେନ୍ଦୁପତ୍ର) ସର୍କଲର କର୍ମଚାରୀମାନେ ଆର୍‌ଏସିପି ଅଦାଲତରେ ଯୋଗ ଦେଇଛନ୍ତି । ଆର୍‌ଏସିପି (RACP) ଅଦାଲତ କମିଟି ଗୋଟିଏ ମାସ ସମୟ ପ୍ରଦାନ କରିଛନ୍ତି ଏବଂ ମାମଲାଗୁଡ଼ିକର ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking