27.1 C
Bhubaneswar
Monday, March 31, 2025
Homeଓଡିଶାଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟରେ ଜଙ୍ଗଲ ବିଭାଗ କେବେହେଲେ ଅନ୍ତରାୟ ହେବ ନାହିଁ : ଜଙ୍ଗଲ...

ଜନକଲ୍ୟାଣ ଓ ବିକାଶମୂଳକ କାର୍ଯ୍ୟରେ ଜଙ୍ଗଲ ବିଭାଗ କେବେହେଲେ ଅନ୍ତରାୟ ହେବ ନାହିଁ : ଜଙ୍ଗଲ ମନ୍ତ୍ରୀ

ଭୁବନେଶ୍ୱର : ଆଜି ଅପରାହ୍ନରେ ଖାରବେଳ ଭବନସ୍ଥିତ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ସମ୍ମିଳନୀ କକ୍ଷରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସ୍ଥାୟୀ କମିଟିର ଦଶମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ତଥା ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସ୍ଥାୟୀ କମିଟିର ଅଧ୍ୟକ୍ଷ ଶ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଅଧ୍ୟକ୍ଷତା କରି କହିଲେ ଯେ ଜନକଲ୍ୟାଣ ଓ ବିକାଶମୂଳକ ପଦକ୍ଷେପ ନେବାବେଳେ ଜଙ୍ଗଲ ବିଭାଗ କେବେହେଲେ ଅନ୍ତରାୟ ହେବ ନାହିଁ ।

ଭଟଲି ବିଧାୟକ ଶ୍ରୀ ଇରାଶିଷ ଆଚାର୍ଯ, ଅତିରିକ୍ତ ମୁଖ୍ୟ ସଚିବ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଶ୍ରୀ ସତ୍ୟବ୍ରତ ସାହୁ, ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପ୍ରକଳ୍ପ)ଡ ଅଜିତ କୁମାର ପଟ୍ଟନାୟକ, ଓୟୁଏଟିର ପ୍ରାଣୀ ବିଜ୍ଞାନ ମହାବିଦ୍ୟାଳୟର ପୂର୍ବତନ ପ୍ରଫେସର ଡ ନିରଞ୍ଜନ ସାହୁ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ, ଅନୁଗୁଳ ଶ୍ରୀ ଆଦିତ୍ୟ ଚରଣ ପଣ୍ଡା, ଅନୁସୂଚିତ ଜନଜାତିର ପ୍ରତିନିଧି ଶ୍ରୀ ସତ୍ୟନାରାୟଣ ମାଝୀ, ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ବନବାହିନୀ ମୁଖ୍ୟ, ଓଡ଼ିଶା, ଶ୍ରୀ ସୁରେଶ ପନ୍ଥ, ଅତିରିକ୍ତ ପୋଲିସ୍‌ ମହାନିର୍ଦ୍ଦେଶକ (କ୍ରାଇମ୍‌ ବ୍ରାଞ୍ଚ) କଟକ, ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ, ନୂଆଦିଲ୍ଲୀର ବନ୍ୟପ୍ରାଣୀ ସଂରକ୍ଷଣ ନିର୍ଦ୍ଦେଶକ ଓ ଭାରତୀୟ ବନ୍ୟପ୍ରାଣୀ ଅନୁଷ୍ଠାନ, ଡେରାଡୁନ୍‌ର ପ୍ରତିନିଧି, ବୈଜ୍ଞାନିକ-ଜି, ଡକ୍ଟର ବିଭାସ ପାଣ୍ଡବ କମିଟିର ସଦସ୍ୟ ରୂପେ ଏବଂ ପ୍ରଧାନ ମୁଖ୍ୟ ବନସଂରକ୍ଷକ (ବନ୍ୟପ୍ରାଣୀ) ଶ୍ରୀ ପ୍ରେମ କୁମାର ଝା ସଦସ୍ୟ ସଚିବ ଭାବେ ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସ୍ତାବ ଉପରେ ବିଶଦ ଆଲୋଚନା କରିଥିଲେ ।

ଗତ ୨୮.୧୨.୨୦୨୩ରେ ଅନୁଷ୍ଠିତ ନବମ ବୈଠକରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ସ୍ଥାୟୀ କମିଟି ସମ୍ମୁଖରେ ଚାରିଟି ପ୍ରସ୍ତାବ ଉପସ୍ଥାପିତ ହୋଇଥିଲା। ମୟୂରଭଞ୍ଜ ଜିଲ୍ଲାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣର ବଫର ଜୋନରେ ଭାରତ ସରକାରଙ୍କ 4G ସାଚୁରେସନ୍ ପ୍ରକଳ୍ପ ଅଧୀନରେ ବିଏସ୍ଏନଏଲ ଦ୍ୱାରା ୩୪ଟି ମୋବାଇଲ୍ ଟାୱାର ସ୍ଥାପନ ଜାତୀୟ ବନ୍ୟପ୍ରାଣୀ ବୋର୍ଡକୁ ସୁପାରିଶ କରାଯାଇଥିଲା । NTCA ଦଳ ସ୍ଥାନ ପରିଦର୍ଶନ କରିଛନ୍ତି । ୧୨ ଟି ଟାୱାର ମଞ୍ଜୁର ହୋଇଛି । ହଦଗଡ଼ ଅଭୟାରଣ୍ୟର ଗୋଟିଏ ଗାଁରେ ଭାରତ ସରକାରଙ୍କର 4G ସାଚୁରେସନ୍ ପ୍ରକଳ୍ପ ଅଧୀନରେ ବିଏସ୍ଏନଏଲ ଦ୍ୱାରା ମୋବାଇଲ୍ ଟାୱାର ସ୍ଥାପନ ଜାତୀୟ ବନ୍ୟପ୍ରାଣୀ ବୋର୍ଡକୁ ସୁପାରିଶ କରାଯାଇଥିଲା । ଜାତୀୟ ବନ୍ୟପ୍ରାଣୀ ବୋର୍ଡ ଏହାକୁ ଅନୁମୋଦନ କରିଛି । କେନ୍ଦ୍ରାପଡ଼ା ଜିଲ୍ଲାର ତାଳଚୁଆରେ Ro-Pax ଜେଟି ଏବଂ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଜାତୀୟ ବନ୍ୟପ୍ରାଣୀ ବୋର୍ଡକୁ ସୁପାରିଶ କରାଯାଇଥିଲା । ଜାତୀୟ ବନ୍ୟପ୍ରାଣୀ ବୋର୍ଡ ଦ୍ୱାରା ଏହା ଅନୁମୋଦିତ ହୋଇଛି । କର୍ଲାପାଟ ଅଭୟାରଣ୍ୟ ଦେଇ RoW ମଧ୍ୟରେ ଅପ୍ଟିକାଲ୍ ଫାଇବର କେବୁଲ ବିଛାଇବା ଜାତୀୟ ବନ୍ୟପ୍ରାଣୀ ବୋର୍ଡକୁ ସୁପାରିଶ କରାଯାଇଥିଲା । ଏହା ଅନୁମୋଦିତ ହୋଇଛି ।

କେଉଁଝର ଜିଲ୍ଲା ହରିଚନ୍ଦନପୁର ତହସିଲ ଅଧୀନସ୍ଥ ରେବଣା ଖା ରୁ ତାଳପଡ଼ା ଅପ୍ଟିକାଲ୍ ଫାଇବର କେବୁଲ ବିଛାଇବା ଓ ତାଳପଡ଼ାରେ ମୋବାଇଲ୍ ଟାୱାର ସ୍ଥାପନ ପାଇଁ ଭାରତ ସରକାରଙ୍କ 4G ସାଚୁରେସନ୍ ପ୍ରକଳ୍ପ ଅଧୀନରେ ଜଙ୍ଗଲ / ଅଣଜଙ୍ଗଲ ଜମିର କିସମ ପରିବର୍ତ୍ତନ ପ୍ରସ୍ତାବକୁ ବନ୍ୟପ୍ରାଣୀ ଅନୁମୋଦନ , ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଧୀନରେ କେଞ୍ଚୁଆନାଲିରୁ ତରଣ୍ଡା ରାସ୍ତାରେ CWRM DI ପାଇପ୍ ବିଛାଇବା ବାବଦରେ ବନ୍ୟପ୍ରାଣୀ ବୋର୍ଡର ଅନୁମୋଦନ , ଅନୁଗୁଳ ଜିଲ୍ଲାର କିଶୋରନଗର ବ୍ଲକର 23ଟି GPS ଏବଂ ଆଠମଲ୍ଲିକ ବ୍ଲକର 3ଟି GPS ସହିତ ଜଡିତ ପ୍ରକଳ୍ପ ଯାହା ଯଦୁପୁର ଗ୍ରାମରୁ ଧଣ୍ଡାଟୋପା ଗ୍ରାମକୁ ରାଜ୍ୟ ରାଜପଥ -62 ସହିତ ସ୍ୱଚ୍ଛ ଜଳ ପାଇପ୍ ଲାଇନ ବିଛାଇ ପୃଥକ ପାଇପ୍ ଜଳ ଯୋଗାଣ ପାଇଁ ଅନୁମତି ବାବଦରେ ବନ୍ୟପ୍ରାଣୀ ବୋର୍ଡର ଅନୁମୋଦନ , ହଦଗଡ଼ ଅଭୟାରଣ୍ୟ ଏବଂ କୁଲଡିହା ଅଭୟାରଣ୍ୟ ଅଧିନସ୍ଥ କେନ୍ଦୁଝର ଜିଲ୍ଲାର ଶାଳପଡ଼ାସ୍ଥିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପକୁ ସମନ୍ୱିତ କରିବା ସମ୍ବନ୍ଧୀୟ ପରିବେଶ ମଞ୍ଜୁରୀ, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ମଧ୍ୟରେ USOF, ଭାରତ ସରକାରଙ୍କ 4G ସାଚୁରେସନ୍ ପ୍ରକଳ୍ପ ଅଧୀନରେ ଅପ୍ଟିକାଲ୍ ଫାଇବର କେବୁଲ (OFC) ବିଛାଇବା ସମ୍ବନ୍ଧୀୟ ବନ୍ୟପ୍ରାଣୀ ଅନୁମୋଦନ ପ୍ରସ୍ତାବ, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଧୀନରେ ଗଣିଆ ବ୍ଲକର ବଡମୁଳପାଟଣା ନିକଟରେ ମହାନଦୀ ଡାହାଣ କୂଳର ସୁରକ୍ଷା ପାଇଁ ତିନି ନମ୍ବର ସ୍ପର ନିର୍ମାଣ କ୍ଷେତ୍ରରେ ବନ୍ୟପ୍ରାଣୀ ଅନୁମୋଦନ, ସୁନାବେଡା ଅଭୟାରଣ୍ୟରେ ଥିବା ଢେକୁନପାଣିରେ ସମ୍ପ୍ରଦାୟ/ଦକ୍ଷତା ଉନ୍ନୟନ ବୃତ୍ତିଗତ ତାଲିମ କେନ୍ଦ୍ର ନିର୍ମାଣର ବନ୍ୟପ୍ରାଣୀ ଅନୁମୋଦନ, ସୁନାବେଡା ଅଭୟାରଣ୍ୟରେ ଥିବା ଜଳମାଣ୍ଡେଇ, ଲୋଧରା RPTR ଏବଂ ଢେକୁନପାଣି ଗ୍ରାମରେ ମୋବାଇଲ୍ ଟାୱାର ସ୍ଥାପନ ସମ୍ବନ୍ଧୀୟ ବନ୍ୟପ୍ରାଣୀ ବୋର୍ଡର ଅନୁମୋଦନ, ସୁନାବେଡା ଅଭୟାରଣ୍ୟ ଅଧିନସ୍ଥ ଗଡଗଡ଼ା ଏବଂ କୋକେଡ ଗ୍ରାମାଞ୍ଚଳରେ ୪ଜି ସାଚୁରେସନ ପ୍ରକଳ୍ପ ଅଧୀନରେ ମୋବାଇଲ୍ ଟାୱାର ସ୍ଥାପନ ବାବଦରେ ବନ୍ୟପ୍ରାଣୀ ବୋର୍ଡର ଅନୁମୋଦନ, ଚନ୍ଦକା ଡମପଡ଼ା ଅଭୟାରଣ୍ୟସ୍ଥିତ ଚନ୍ଦକା ବି ଜିଏସଏସରୁ ସାପିଜେନ ବାୟୋଟେକକୁ 33 କେଭି ଭୂତଳ ଫିଡର ନିର୍ମାଣ ବାବଦରେ ବନ୍ୟପ୍ରାଣୀ ବୋର୍ଡର ଅନୁମୋଦନ, ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ମଧ୍ୟରେ ଗଣିଆ, ନୟାଗଡ଼ର ଢିପାସାହି ଗ୍ରାମରେ ଅପ୍ଟିକାଲ୍ ଫାଇବର କେବୁଲ ବିଛାଇବା ସମ୍ବନ୍ଧୀୟ ବନ୍ୟପ୍ରାଣୀ ଅନୁମୋଦନ, ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକର ୮ଟି ଗ୍ରାମରେ BSNL ଦ୍ୱାରା 4G ସାଚୁରେସନ୍ ପ୍ରକଳ୍ପ ଅଧୀନରେ ମୋବାଇଲ୍ ଟାୱାର ସ୍ଥାପନ ସମ୍ବନ୍ଧୀୟ ବନ୍ୟପ୍ରାଣୀ ଅନୁମୋଦନ ନୟାଗଡର ଗଣିଆ ବ୍ଲକର ୪ଟି ଗ୍ରାମରେ BSNL ଦ୍ୱାରା ୪G ମୋବାଇଲ୍ ଟାୱାର ସ୍ଥାପନ ବାବଦରେ ରାଜ୍ୟ ବନ୍ୟପ୍ରାଣୀ ବୋର୍ଡର ଅନୁମୋଦନ ଉପରେ ସଦସ୍ୟାମାନେ ବିଶଦ ଆଲୋଚନା କରିଥିଲେ । ଏହି ୧୪ ଟି ପ୍ରସ୍ତାବ ଜାତୀୟ ବନ୍ୟପ୍ରାଣୀ ବୋର୍ଡକୁ ସୁପାରିଶ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା । ବୈଠକରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବହୁ ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking